Odiapua.com

ଚକାଡୋଳା ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ, ସତ୍‌ସଙ୍ଗ ଅନୁଷ୍ଠିତ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସର୍ବବୃହତ ଶୀତଳଭଣ୍ଡାର ଭାବେ ପରିଚିତ ଚକାଡୋଳା ଶୀତଳଭଣ୍ଡାରରେ ‘ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର’ ପବିତ୍ର ଶ୍ରୀପଞ୍ଚମୀ ତିଥି ବୁଧବାର ଉଦଘାଟିତ ହୋଇଯାଇଛି । ଛତାବର-ବଳିଘାଇ ପୁର୍ତ୍ତ ରାସ୍ତାର ପର୍ବତୀ ଠାରେ ଅବସ୍ଥିତ ଏହି କେନ୍ଦ୍ରକୁ ଦେଓଘରସ୍ଥିତ ଆଶ୍ରମର ପ୍ରତିନିଧି ଅଭିକ୍ ଦା ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଏହି ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗ୍ରହୀ ଛତୁଚାଷୀଙ୍କୁ ଯୋଗାଇ ଦିଆଯିବା ସହ ଛତୁଚାଷ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଶୀତଳଭଣ୍ଡାର ଛତୁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠାତା ଉଦ୍ୟୋଗୀ ଉଦୟ ନାରାୟଣ ନନ୍ଦ, ସହ ଉଦ୍ୟୋଗୀ ଜ୍ୟୋସ୍ନାରାଣୀ ନନ୍ଦ, ଜୟନ୍ତୀ ନନ୍ଦ, ପରିଚାଳକ ସୁଶାନ୍ତ ବେହୁରିଆ(ମେଘା) ସୂଚନା ଦେଇଥିଲେ । ଏହି ଅବସରରେ ଶୀତଳଭଣ୍ଡାର ପରିସରରେ ‘ସତ୍‌ସଙ୍ଗ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା । ପ୍ରସନ୍ନ କୁମାର ନନ୍ଦ ସମର୍ପଣ କରିଥିଲେ । ପ୍ରାରମ୍ଭରେ ସାମୁହିକ ପ୍ରାର୍ଥନା କରାଯାଇଥିଲା । କୁଳମଣି ସାମଲଙ୍କ ଗୁରୁଗ୍ରନ୍ଥ ପାଠ, ବିଶ୍ୱନାଥ ମହାରଣା ନାରୀ ନୀତି ପାଠ କରିଥବଲେ । ଭଜନ, କିର୍ତ୍ତନ ଓ ଯାଜନ ପରିକ୍ରମା ପରିବେଷଣ କରାଯାଇଥିଲା । ମୁଖ୍ୟଅତିଥି ଅଭିକ୍ ଦା ମଣିଷ ଜୀବନରେ ସଦଗୁରୁଙ୍କ ଭୂମିକା ଶିର୍ଷକ ଆଲୋଚନା କରିଥିଲେ । ଭଣ୍ଡାରୀପୋଖରୀ ସତସଙ୍ଗ କେନ୍ଦ୍ର ପକ୍ଷରୁ ସହପ୍ରତିଋତିକ ଅଭିମନ୍ୟୁ ଖଟୁଆ, ତିହିଡିର ସହପ୍ରତିଋତିକ ନବକିଶୋର ପତି, କେନ୍ଦ୍ରପଡାର ସହପ୍ରତିଋତିକ କେଶବ ଚନ୍ଦ୍ର ଦାଶ, ବଟକୃଷ୍ଣ ଦାସ ଓ ଗୁରୁଭାଇମାନେ ଅଧିବେଶନରେ ଯୋଗଦେଇଥିଲେ ।