Odiapua.com

ଚଇତି ପୂର୍ଣ୍ଣିମା; କୈବର୍ତ୍ତ ସମାଜ ପକ୍ଷରୁ ବାଶେଳୀ ପୂଜା ଓ ଘୋଡାନାଚ

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଠାରେ କୈବର୍ତ୍ତ ସମାଜ ଭଦ୍ରକ ଜିଲ୍ଲା ସଙ୍ଗଠନ ପକ୍ଷରୁ ଚଇତି ପୂର୍ଣ୍ଣିମା ଉପଲକ୍ଷେ ବାଶେଳୀ ପୂଜା ଓ ଘୋଡାନାଚ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଙ୍ଗଠନର ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଧାମନଗର ଅଞ୍ଚଳର ପ୍ରଖ୍ୟାତ ଘୋଡାନାଚ ଗାୟକ ଉମାକାନ୍ତ ମାଝୀ ଓ ସାଥିମାନେ ଘୋଡାନାଚ ଓ ଘୋଡାନାଚ ସଙ୍ଗୀତ ପରିବେଷଣ କରିଥିଲେ । ସ୍ଥାନୀୟ ମା’ ବାଶେଳୀ ପୀଠରୁ ପୂଜାର୍ଚ୍ଚନା ସହ ଘୋଡାନାଚ ଆରମ୍ଭ କରାଯାଇଥିଲା । ଶ୍ରୀ ମାଝୀ ଓ ସାଥି ମହାପ୍ରଳୟ ସମୟର ଉପାଖ୍ୟାନ ଓ କୈବର୍ତ୍ତ ସମାଜର ଜନ୍ମଜାତକ ସମ୍ପର୍କୀୟ ଆବୃତ୍ତି ସୁଲଳିତ କଣ୍ଠରେ ପରିବେଷଣ କରିବା ସହ ଗ୍ରାମ ଦେବତୀ ମା’ ଜାଗୁଳାଇ ଓ ହରପାର୍ବତୀ ମନ୍ଦିରକୁ ଯାଇ ଆଶ୍ରୀବାଦ ଭିକ୍ଷା କରିଥିଲେ । ଉହି ଉତ୍ସବରେ ସଙ୍ଗଠନର ଯାଜପୁର ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ, ଭଦ୍ରକ ଜିଲ୍ଲା ସଭାପତି ପଦ୍ମଲୋଚନ ଦାସ, ମୁଖ୍ୟ ଉପଦେଷ୍ଟା ବ୍ରଜକିଶୋର ତରାଇ, ପଣ୍ଡୁଳା କୈବର୍ତ୍ତ ସମାଜ ମୁଖ୍ୟ କାଳନ୍ଦୀ ମାଝୀ, ଯାଜପୁର ଜିଲ୍ଲା ହରିଜନ, ଆଦିବାସୀ ସେଲ ସଭାପତି ଆଇନଜୀବି ରାଜକିଶୋର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପୁରସ୍ତମ ପରିଡା, ପୂର୍ଣ୍ଣଚନ୍ଦ୍ର ପରିଡା, ଭାସ୍କର ପରିଡା, କେଶବ ପରିଡା, ଲାଲମୋହନ ପରିଡା, ଗାନ୍ଧୀ ପରିଡା, ଶାନ୍ତ୍ୱନୁ ପରିଡା, ରବିନ୍ଦ୍ର ପରିଡା, ଶିବପ୍ର୍ରସାଦ ପରିଡା, କୈଳାସ ପରିଡା, ସୁଦର୍ଶନ ପରିଡା, ନାରାୟଣ ପ୍ରସାଦ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।