Odiapua.com

ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ : ମାର୍ଚ୍ଚ ୧୦ ରୁ ୧୭ ତାରିଖ ଯାଏ ହେବ ପରୀକ୍ଷା

କଟକ: ୫/୧(ଓଡ଼ିଆ ପୁଅ/ ଅଭୟ ଜେନା) ଆଗାମୀ ମାର୍ଚ୍ଚ ୧୦ ତାରିଖ ରୁମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୧୭ ତାରିଖ ଯାଏ ଚାଲିବ। ଏସମ୍ପର୍କ ରେ ଘୋଷଣା କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି। ପରୀକ୍ଷାକୁ ଏଥର ନିର୍ଭୁଲ ଭାବେ କରାଯିବା ପାଇଁ ଦୃଢ ପଦକ୍ଷେପ ନିଆଯିବ। ଚଳିତ ବର୍ଷ ନୋଡାଲ, ସେଣ୍ଟରର ପରିବର୍ତ୍ତନ କରାଯିବ ନାହିଁ। ଏଯାଏ ମ‌ାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫର୍ମଫିଲପ୍ ତାରିଖ ଘୋଷିତ ହୋଇନାହିଁ। ଖୁବ୍ ଶୀଘ୍ର ଫର୍ମଫିଲପ୍ ତାରିଖ ସମ୍ପର୍କ ରେ ସୂଚନା ଦିଆଯିବ। ଚଳିତ ବର୍ଷ ଛାତ୍ର ଛାତ୍ରୀ ମାନେ ଅନଲାଇନରେ ଫର୍ମଫିଲପ୍ କରିବେ।

ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧୫ ରୁ ଆରମ୍ଭ ହେବ।ଏଥର ମୋଟ ୫ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ। ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି। ନବମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୦ ରୁ ୨୫ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଛି।