Odiapua.com

ଘୋଷଣା ହେଲା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଶେଷରେ ପ୍ରତୀକ୍ଷାର ଘଟିଲା ଅନ୍ତ । ଆଉ ଘୋଷଣା ହୋଇଛି ନିର୍ବାଚନ ତାରିଖ । ମହାରାଷ୍ଟ୍ର, ହରିୟାଣା ଓ ବିଜେପୁରର ଆଜି ନିର୍ବାଚନ ବିଗୁଲ୍‌ ବାଜିଛି । ୨୧ ଅକ୍ଟୋବରରେ ମହାରାଷ୍ଟ୍ର ଓ ହରିୟାଣା ସମେତ ବିଜେପୁରର ମଧ୍ୟ ଉପନିର୍ବାଚନ ପାଇଁ ଏହି ସମାନ ତାରିଖ ଘୋଷଣା କରାଯାଇଛି । ୨୪ ଅକ୍ଟୋବର କୁ ଏହାର ଫଳାପଳ ଘୋଷଣା କରାଯିବ । ଶନିବାର ଦିନ ଅପରାରହ୍ନରେ ଦିଳ୍ଲୀରେ ନିର୍ବାଚନ ଆୟୋଗଙ୍କର ପ୍ରେସ୍‌ କନଫରେନ୍ସରେ ଏହା ଘୋଷଣା କରାଯାଇଛି । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ ସୁନିଲ୍‌ ଅରୋଡା ।ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଆଉ ଏହି କ୍ରମରେ ଓଡ଼ିଶାର ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ। ବିଜେଡି ଏଥିର ପୂର୍ବତନ ବିଧାୟକ ରୀତା ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିବ।