Odiapua.com

ଘେରା ନେଉଥିଲେ ବର କନ୍ୟା, କନ୍ୟା ଏମିତି କଲା ଯେ, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ବିବାହ ହେଉଛି ଏକ ପବିତ୍ର ସମ୍ପର୍କ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବରର ଭୁଲକୁ କନ୍ୟା ସୁଧାରିବାରୁ ଲୋକେ କହୁଛନ୍ତି ପ୍ରକୃତ ଜୀବନ ସାଥୀ ଆପଣଙ୍କୁ ସବୁବେଳେ ସଠିକ୍ ରାସ୍ତା ଦେଖାଏ। ଏହା ହିଁ ଜୀବନ। ଏପରି ବୁଝାମଣା ରହିଲେ ବିବାହ ବନ୍ଧନରେ ସମ୍ପର୍କ ମଧୁର ରହିଥାଏ ଏବଂ ସମ୍ପର୍କ ଅନେକ ଜନ୍ମ ପର୍ଯ୍ୟନ୍ତ ରହିଥାଏ ବୋଲି ବିଶ୍ୱାସ ରହିଛି। ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦିପାଂସୁ କାବ୍ରା ସେୟାର କରିଛନ୍ତି।

https://twitter.com/ipskabra/status/1338319181033263105

ଭିଡିଓରେ ଆପଣ ଦେଖିପାରିବେ ଯେ ଗୁରୁଦ୍ୱାରାରେ ବର ଏବଂ କନ୍ୟା ଘେରା ପାଇଁ ଛିଡା ହୁଅନ୍ତି। ଏହି ସମୟ ମଧ୍ୟରେ, ବର ଭୁଲ୍ ଦିଗରେ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ, କନ୍ୟା ସ୍ନେହପୂର୍ଣ୍ଣ ଭାବରେ ବରକୁ ପଛକୁ ଟାଣିଥାଏ ଏବଂ ତାଙ୍କୁ ଅନ୍ୟ ପାର୍ଶ୍ୱକୁ ଯିବାକୁ କହିଥାଏ। ଏହିପରି ଭାବରେ କନ୍ୟା ବରକୁ ରାଉଣ୍ଡ ନେବାକୁ ସଠିକ୍ ଦିଗ ଦେଖାଇଥାଏ। ଏହି ଭିଡିଓ ସେୟାର କରି ଦୀପାଂସୁ କାବ୍ରା କ୍ୟାପସନରେ କହିଛନ୍ତି ଯେ, ପ୍ରକୃତ ଜୀବନ ସାଥୀ ଆପଣଙ୍କୁ ସବୁବେଳେ ସଠିକ୍ ରାସ୍ତା ଦେଖାଏ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପସନ୍ଦ ହେଉଛି।