Odiapua.com

ଘୁରି ବୁଲୁଛି ମ୍ୟାଡାମ ରାଣୀ ମହୁମାଛି! ପୁରା କାମକୁ ୨ ହଜାର, ଅଧାକାମକୁ ୧ ହଜାର

ରାଉରକେଲା ୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଯୁଗ ବଦଳୁଛି। ତା’ ସହିତ ବଦଳିବାରେ ଲାଗିଛି ଲୋକଙ୍କ ଚାହିଦା। ଏବେ ୭ରୁ ୭୦ ସଭିଁଙ୍କ ହାତରେ ସ୍ମାର୍ଟ ମୋବାଇଲ ଫୋନ। ଏହି ସ୍ମାର୍ଟ ମୋବାଇଲ ଫୋନକୁ ହାତ ମୁଠାରେ ଧରି ସ୍ମାର୍ଟ ସିଟି ରାଉରକେଲାରେ ଚାଲିଛି ବେଧଡ଼କ ଦେହବେପାର! ଯାହାର ଟେର ସୁଧା ପାଇ ପାରୁନି ରାଉରକେଲା ପୁଲିସ। ଘଟଣା ଯଦି ସତ ହୁଏ ତ’ା ହେଲେ ସଙ୍ଗୀନ ଓ ସାଂଘାତିକ। ଆମ ଟିମର ଏକ ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଉରକେଲାର ଅଧିକାଂଶ ଜିଓ ମୋବାଇଲ ଫୋନ ନମ୍ବର ମଧ୍ୟରାତ୍ରୀ ୧୨ଟାରୁ ଖୋଲା ରହି ରାତ୍ର ପ୍ରାୟ ଅଢେଇଟା ପର୍ଯ୍ୟନ୍ତ ବ୍ୟସ୍ତ ରହୁଛି। ଏହା ବୋଧେ କେଉଁ ଗ୍ରାହକ ନିଜ ସମ୍ପକୀୟ ଅବା ବନ୍ଧୁବାନ୍ଧବ ସହିତ ବାର୍ତ୍ତାଳାପ କରିପାରେ, ମାତ୍ର ଆମେ ସେ କଥା କହୁନୁ।

ଆମେ କହୁଛୁ ହ୍ୱାଟସଆପର କଥା, ଯାହା ମାଧ୍ୟମରେ ମାଡ଼ି ଚାଲିଛି ଦେହ ବେପାରର ଚେର! ହ୍ୱାଟସଆପ ଜରିଆରେ ରାଣୀ ମହୁମାଛି ଜଣଙ୍କ ରାତି ସାରା ଅନିଦ୍ରା ହୋଇ ଛୋଟ ମହୁମାଛି (ଯୁବତୀ)ମାନଙ୍କୁ ଗ୍ରାହକ ମାନଙ୍କ ଫଟୋ ଓ ମୋବାଇଲ ନମ୍ବର ପଠାଉଛି। ରାତି ପାହିଲେ ରାଣୀ ମାହୁମାଛି ପଠାଇଥିବା ଗ୍ରାହକ ମାନଙ୍କ ଫଟୋକୁ ନିଜ ମୋବାଇଲରେ ବନ୍ଦୀ କରିଥିବା ଯୁବତୀ ଅବା ମହିଳା ମାନେ ଗ୍ରାହକଙ୍କୁ ଫୋନ କରି ସହରର ବିଭିନ୍ନ ଛକ, ପାର୍କ, ମନ୍ଦିର ସ୍ଥଳରେ ଛକି ରହୁଛନ୍ତି। ଗ୍ରାହକ ଜଣଙ୍କ ଠିକଣା ଜାଗାରେ ପହଂଚିବା ପରେ ହେଉଛି ମୂଲଚାଲ! କୋର୍ଡ ୱାର୍ଡ ହେଉଛି ପୁରା କାମକୁ ୨ ହଜାର, ଅଧାକାମକୁ ୧ ହଜାର। ତାପରେ ଗ୍ରାହକ ଜଣଙ୍କ କାଳ ବିଳମ୍ବ ନକରି ଯୁବତୀ ଜଣଙ୍କୁ ବାଇକରେ ବସାଇ ଘଟଣାସ୍ଥଳରୁ ଛୁ ମାରୁଛି। ଦେହବେପାର ପାଇଁ ରାଉରକେଲାର ହୋଟେଲ ଅବା ଲଜ ସୁରକ୍ଷିତ ନଥିବାରୁ କିଛି ଘର ମାଲିକଙ୍କୁ ରାଣୀ ମହୁମାଛି ଜଣଙ୍କ ମୋଟା ନଗଦ ଅର୍ଥରେ ପ୍ରଭାବିତ କରି ପୁରା ରାତି ଅବା ଘଂଟାକୁ ଘର ଭଡ଼ା ସୂତ୍ରରେ ଫୋନ ଯୋଗେ ଯୋଗାଯୋଗ କରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଏଭଳି ଦେହ କାରବାର ପାଇଁ ରାଣୀ ମହୁମାଛି ପୁଲିସ ଦାଉରୁ ରକ୍ଷାପାଇ ଯାଉଥିବା ବେଳେ, ଖାକିକୁ ମାସିକିଆ ବଟି ମଧ୍ୟ ଦବାକୁ ପଡ଼ୁନି! ରାଣୀ ମହୁମାଛିର ଗ୍ରାହକ ତାଲିକାରେ ଅଛନ୍ତି କିଛି କୁଜି ନେତା, ଯନ୍ତ୍ରୀ, ଠିକାଦାର, ଅଣଓଡ଼ିଆ ବ୍ୟବସାୟୀ ଓ କିଛି ୨ ତାରା ଖାକି ବାବୁ ! ଏହି ରାଣୀ ମହୁମାଛି ଜଣଙ୍କ ସ୍କୁଲ ପଢୁଥିବା ନାବାଳିକା, କଲେଜ ପଢୁଆ ଶିକ୍ଷିତ ଯୁବତୀ, ଓ ସ୍ୱାମୀ ପରିତ୍ୟକ୍ତା ମହିଳା ମାନଙ୍କୁ ଅର୍ଥର ପ୍ରଲୋଭନ ଦେଲାପରେ, ନିଜ ଜାଲରେ ଫସାଇ ଦିନକୁ ପ୍ରାୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ରୋଜଗାର କରି ନେଉଛନ୍ତି! ଯାହା ବିଶ୍ୱାସ ନ ହେଲେବି ସତ। ରାଣୀ ମହୁମାଛି ଜଣଙ୍କ ୫ ବର୍ଷ ପୂର୍ବରୁ ବନ୍ଧମୁଣ୍ଡାରେ ନିଜ କାରବାର ଚଳାଉଥିବା ବେଳେ, ତା’ ପରେ ଜାଗା ପରିବର୍ତ୍ତନ କରି ଜଗଦାରେ କିଛି ଦିନ ବେପାର କଲାପରେ ଏବେ, ନିଜ କଳା କାରବାର ଏସିଆର ସର୍ବବୃହତ କଲୋନୀ ଛେଣ୍ଡରେ ଚଳାଉଥିବା ଶୁଣିବାକୁ ମିଳୁଛି। ଅପରପକ୍ଷରେ ଏହି ରାଣୀ ମହୁମାଛିଙ୍କ ହାତରେ କିଛି ଶାସକ ଦଳର ଟାଣୁଆ ନେତା ଥିବାରୁ ତାଙ୍କୁ କେହି ହାତ ମାରି ପାରୁନାହାନ୍ତି ବୋଲି ସହରର ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏବେ ଖାଲି ଦେଖିବାକୁ ବାକି ରହିଲା କେବେ ପୁଲିସ ଜାଲରେ ଧରାଦେବେ ମ୍ୟାଡାମ ରାଣୀ ମହୁମାଛି ?