Odiapua.com

ଘାସ ଖାଉଛି ସିଂହ

ନୂଆଦିଲ୍ଲୀ,୨୯/୦୮,(ଓଡ଼ିଆ ପୁଅ ପି ନାଏକ): କଥାରେ ଅଛି ‘ଶେର କଭି ଘାସ୍‌ ନେହିଁ ଖାତା’ । ଅର୍ଥାତ୍‌ ବାଘ ଓ ସିଂହ ମରିଯିବେ ପଛେ କେବେ ଘାସ ଖାଇବେ ନାହିଁ । କାରଣ ସେମାନେ ମାଂସାସୀ ପ୍ରାଣୀ । ହେଲେ ଆମେ ଦେଖାଇବା ସିଂହ ବି ଘାସ ଖାଏ । ଏବେ ଏକ ଘାସ ଖାଉଥିବା ସିଂହର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଅମରେଲି ଜିଲ୍ଲାର ଖମ୍ଭାର ଏକ ବନାଞ୍ଚଳରେ ସୁସ୍ବାଦ ସବୁଜ ଘାସ ଚୋବାଉଥିବା ଏକ ସିଂହର ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓକୁ କିଛି ଲୋକେ ମନୋରଞ୍ଜନ ପାଇଁ ସୁଟ୍ କରିଥିଲେ । ଏହାପରେ ସେମାନେ ସେଠାରୁ ଫେରି ଆସିଥିଲେ ।