ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୂର୍ବତନ ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଘାସଫୁଲ’ ପରିବାର ଆନୁକୂଲ୍ୟରେ ତାଙ୍କର ଭଦ୍ରକ କୁଆଁସସ୍ଥିତ ବାସଭବନ ପରିସରରେ ସାଧାରଣତନ୍ତ୍ର ଦିବସ ପ୍ରତିବର୍ଷ ଭଳି ମହାସମାରୋହରେ ପାଳିତ ହୋଇଛି । ଘାସଫୁଲ ପତ୍ରିକାର ସଂପାଦିକା ଉର୍ମିଳାରାଣୀ ପାଣିଗ୍ରାହୀ ପତାକା ଉତୋଳନ କରି ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ବୀର ସହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଆଜିର ଯୁବପିଢି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ । ଏବଂ ସମ୍ବିଧାନର ପ୍ରଣେତା ଡଃ ବି.ଆର. ଆମ୍ବେଦକରଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ଘାସଫୁଲର ଅନ୍ୟତମ ସୃଜନୀ ସଂପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜର ବିଭିନ୍ନ ସମସ୍ୟା ଯଥା ପରିବେଶ ସୁରକ୍ଷା, ଆତଙ୍କୀ ଆକ୍ରମଣ ଇତ୍ୟାଦିର ସମାଧାନ ନିମନ୍ତେ ଯୁବପିଢିଙ୍କୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନ୍ସିଲର ଜ୍ୟୋତିର୍ମୟୀ ପଟ୍ଟନାୟକ, ପୂର୍ବତନ ନଗର ସଭାପତି ଅବିନାଶ ପଟ୍ଟନାୟକ, ସଂଜୀବ ଦାସ, ପୂର୍ବତନ କାଉନ୍ସିଲର ପ୍ରଭାତ ମହାନ୍ତି, ରବିନ୍ଦ୍ର ବେହେରା, ଦେବାଂଶୁ ରାଉତ, ସୁରେନ୍ଦ୍ର ସେଠୀ, ବିଶ୍ୱହିନ୍ଦୁ ପରିଷଦର କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ରାଷ୍ଟ୍ରସଂଘର ପ୍ରମୁଖ କର୍ମକର୍ତା ବିଜୟ ଭୂଷଣ ନାୟକ, ପ୍ରସନ୍ନ ମହାପାତ୍ର, ମହେଶ୍ୱର ପଣ୍ଡା, ଲୁଲିଆ ମହାନ୍ତି, ରାଜୀବ ଦାସ, ଶବର ଅଲ୍ଲୀ, ରଂଜନ ଦାସ, କୁନା ହାଜରା, ରାଜକୁମାର ସେଠୀ, ରାଜା ପଢିଆରୀ, ସୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଯୁବ ସମାଜସେବୀ ବସନ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ୱର୍ଗତଃ ସେଠୀଙ୍କ ସମୟରୁ ପ୍ରଚଳିତ ପୌରପାଳିକାର ୧୩ ଜଣ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।
‘ଘାସଫୁଲ’ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ, ୧୩ ଜଣ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ଓ ଆର୍ଥିକ ସହାୟତା
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????