Odiapua.com

ଘାଟିରେ ଖସି ପଡ଼ିଲା ବସ:୪୦ ମୃତ

ଡେରାଡୁନ:ଉତ୍ତରାଖଣ୍ଡ କୋଟେଦ୍ୱାରର ଧୁମାକୋଟଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଏକ ଘାଟି ମଧ୍ୟକୁ ଖସିପଡିବା ପରେ ବସରେ ଥିବା ୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ପ୍ରଶାସନ ଏବଂ ଏନଡିଆରଏଫ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଆଜି ସକାଳ ପ୍ରାୟ ୯ଟା ସମୟରେ କୋଟେଦ୍ୱାରର ନୀନୀଡାଡା ନିକଟରେ ବସଟି ରାମନଗର ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ରାସ୍ତାରୁ ପ୍ରାୟ ୧୦୦ ମିଟର ତଳକୁ ବସଟି ନିୟନ୍ତ୍ରଣ ହରାଇ ଖସି ପଡିଥିଲା।ସ୍ଥାନୀୟ ପ୍ରଶାସନ,ପୋଲିସ ଏବଂ ଜନସାଧାରଣଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମକୁ ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ପଠାଯାଇଛି।ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।