Odiapua.com

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ :୧୩ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର ତା ୨୫.୨ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝରର କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଜଣେ ଯାତ୍ରୀଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବା ବେଳେ ୧୩ ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇବାବା ନାମକ ଏହି ବସଟି ରାତିରେ ଟାଟାରୁ ଭାୟା କେନ୍ଦୁଝର ହୋଇ ଅନୁଗୁଳ ଯାଉଥିବା ସମୟରେ ରାତି ପ୍ରାୟ ୩.୩୦ ମିନିଟ ସମୟରେ କାଞ୍ଜିପାଣି ଘାଟିରେ ଏକ ଟର୍ଣ୍ଣୀଙ୍ଗରେ ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଯାତ୍ରୀ ମାନେ ବହୁ କଷ୍ଟରେ ଘାଟିରୁ ରାସ୍ତା ଉପରକୁ ଉଠି ଆସିବା ପରେ ଗୁରୁତର ହୋଇଥିବା ୧୩ ଜଣ ଯାତ୍ରୀଙ୍କୁ ବହୁ କଷ୍ଟରେ ଉପରକୁ ଆଣିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଯାତ୍ରୀମାନେ ଶୋଇଯାଇଥିବାରୁ କେଉଁ ପରିସ୍ଥିତିରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେ ସଂପର୍କରେ ଅଜଣା ଥିବା କହିଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ କେତେଜଣ ସୁସ୍ଥ ହୋଇ ଫେରିଯାଇଥିବା ଜଣାପଡିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ଦୀର୍ଘଦିନ ଧରି ଉକ୍ତ ରାସ୍ତାଟିର ଅବସ୍ଥା ଅତୀବ ଶୋଚନୀୟ ଅବସ୍ଥାରେ ରହିଥିବାରୁ ଏଭଳି ଦୁର୍ଘଟଣା ମାନ ଘଟୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।