Odiapua.com

ଘାଟିରୁ ଖସିଲା ବସ୍‌: ୧୦ ମୃତ୍ୟୁ, ଅନେକ ଆହତ

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଜାଜାର କୋଟଲି ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରୁ ଖସିଯିବାରୁ ଏହି ବଡ଼ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବୈଷ୍ଣ ଦେବୀଙ୍କୁ ଦର୍ଶନ କରିବା ପାଇଁ ଅମୃତସରରୁ କଟ୍ରାକୁ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁଙ୍କ ଏହି ବସ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।