Odiapua.com

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପ୍ରେମ ଜନିତ କାରଣ ରୁ ଆତ୍ମହତ୍ୟା କଲେ ଯୁବକ

ପାଟଣା ୨୦-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗାଲଫୁଲା ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା।ପ୍ରେମରେ ବିଫଳ ହେବା ପରେ ଘର ଭିତରେ ସ୍କାଇ ଲାଇଟ ରେ ମାର ପିନ୍ଧାଲୁଗା ସାହାଯ୍ୟରେ ବେକରେ ଲଗାଇ ଝୁଲି ପଡିଲେ ଯୁବକ। ମୃତ ଯୁବକ ହେଉଛନ୍ତି ଗ୍ରାମର ରାଧାକାନ୍ତ ନାଏକ ଙ୍କ ପୁଅ ସାଗର ନାଏକ(୨୦)।

ମୃତ ଯୁବକଙ୍କ ମା ଙ୍କ କହିବା ଅନୁଯାୟୀ ସାଗର ଜଣେ ଯୁବତୀ କୁ ଭଲ ପାଇବା ସହିତ ଫୋନ ରେ କଥା ହେଉଥିଲେ ଗତକାଲି ରାତିରେ କୌଣସି ଘଟଣା କୁ ନେଇ ଏପରି ଘଟଣା ଘଟିଛି।ଆଜି ସକାଳୁ ଘର ଲୋକେ ଯୁବକ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରେ ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।