ବଡ଼ବିଲ ,ତା ୦୮ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ଲକ୍ ଡାଉନ୍ ସମୟରେ ଖଣି ପ୍ରଭାବିତ ବଡ଼ବିଲ ଯୋଡା ଅଞ୍ଚଳରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଲୋକ ନିଜ ଭିଟାମାଟି ଛାଡ଼ି ଫସି ରହିଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ ଅନୁମତିରେ ନିଜ ନିଜ ଅଞ୍ଚଳରେ ଯେଉଁ ପଦାଧିକାରୀମାନେ ରହିଛନ୍ତି । ସେମାନେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିଜ ନିଜ ଘରକୁ ଯିବାପାଇଁ ପାସ୍ ପ୍ରଦାନ କରିଛନ୍ତି । ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ବଡ଼ବିଲ ତହସିଲଦାର ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା ନିଜେ ଲୋକମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିବା ସହ ଲୋକଙ୍କ କାଗଜପତ୍ର ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ଉପଯୁକ୍ତ ଲୋକମାନଙ୍କୁ ଯିବା ପାଇଁ ସ୍ୱୀକୃତି ବା ପାସ୍ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପାସ୍ ପାଇବା ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଭିଡ଼ ଜମୁଥିବା ମିଳିଛି । ଲୋକମାନଙ୍କ ମଧ୍ୟରେ ସାମାଜିକ ଦୁରତାକୁ ଗୁରୁତ୍ବ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ତାଙ୍କର କର୍ମଚାରୀମାନଙ୍କୁ ନେଇ ସୁଚାରୁରୂପେ ଦାୟିତ୍ଵ ସମ୍ପାଦନା କରୁଥିବା ଦେଖିବାକୁ ମିଳିଛି ।