Odiapua.com

ଘରୋଇ ମୋଟର କର୍ମଚାରୀ ସଂଘର ଗାଡି ନଚଲାଇବାକୁ ଚେତାବନୀ

ବାଲିଗୁଡା, ୩୧/୫ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ଘରୋଇ ମୋଟର କର୍ମଚାରୀ ସଂଘ ବାଲିଗୁଡା କାର୍ଯ୍ୟାଳୟରେ ଏକ ବୈଠକ ଡ୍ରାଇଭରମାନେ ଗାଡି ନଚଲାଇବାକୁ ଚେତାବନୀ ଦେଇଛନ୍ତି। ଉକ୍ତ ବୈଠକରେ ଆଲୋଚନା ହୋଇଛି ଯେ ବର୍ତ୍ତମାନ କୋରୋନା ଭୂତାଣୁ ମହାମାରୀ ରୁପ ନେଇଛି। ଏହି କରୋନା ସମୟରେ ଡ୍ରାଇଭରମାନେ ନିଜ ଜୀବନକୁ ପାଣି ଛଡାଇ ଗାଡି ଚଲାଉଛନ୍ତି। ଡ୍ରାଇଭରମାନଙ୍କ ମଧ୍ୟରୁ ଯଦି କିଏ କରୋନା ଭୂତାଣୁରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ପରିବାର କଥା କିଏ ବୁଝିବ ତେଣୁ ଡ୍ରାଇଭର ମାନଙ୍କୁ ଜୀବନ ବିମାରେ ଅନ୍ତର୍ଭୁକ୍ତ କରାଯାଉ। କରୋନା ପାଇଁ ଗତ ତିନି ମାସ ଧରି ଲକଡାଉନ ହୋଇଥିଲା ଏଥିରେ ଡ୍ରାଇଭରମାନେ କାର୍ଯ୍ୟ ନକରି ଘରେ ବସି ରହିଥିଲେ ତେଣୁ ଡ୍ରାଇଭର ମାନଙ୍କୁ ଭତ୍ତା ପ୍ରଦାନ କରାଯାଉ। ଗାଡି ଚଲାଇବା ସମୟରେ ଯଦି କାହାକୁ କୋରୋନା ହୁଏ ତେବେ ତେବେ ଗାଡି ମାଲିକମାନେ ତାଙ୍କ ଘରକଥା ବୁଝିବେ ବୋଲି ନିଷ୍ପତି ନିଆଯାଇଛି। ଯଦି ମାଲିକମାନେ ନବୁଝନ୍ତି ତେବେ ଏଥି ପାଇଁ ସରକାର ଦାୟୀ ରହିବେ କି ? ଏହି ସବୁ ନିଷ୍ପତିକୁ ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ସମାଧାନର ବାଟ ନବାହାର ନକରିଛନ୍ତି ତେବେ ଓଡିଶାର ସବୁ ଘରୋଇ ମୋଟର କର୍ମଚାରୀ ଭାଇମାନଙ୍କୁ ଅନୁରୋଧ କରାଯାଇଛି ଯେ କୌଣସି ମୋଟର ଚଲାନ୍ତୁ ନାହିଁ ବୋଲି ଦାବି ପତ୍ରରେ ଉଲ୍ଲେଖ ଅଛି। ଏହି ମୋଟର କର୍ମଚାରୀ ସଂଘର ସଦସ୍ୟ ମାନେ ଉପସ୍ଥିତ ଥଲେ।