Odiapua.com

ଘରୋଇ ବସରୁ ମାଲକାନଗିରି ପୁଲିସ ଜବତ କଲା ୧୦ବସ୍ତା ବେଆଇନ ଗୁଟୁକା

ମାଲକାନଗିରି, ୧ା୩ (ଓଡିଆ ପୁଅ ) ଆଜି ସକାଳେ ଏକ ଘରୋଇ ଯାତ୍ରୀବାହି ବସରୁ ମାଲକାନଗିରି ଥାନାପୁଲିସ ଜବତ କରିଛି ୧୦ବସ୍ତା ବେଆଇନ ଗୁଟୁକା ଯାହାର ମୂଲ୍ୟପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। କୋରାପୁଟ ଠାରୁ ମୋଟୁ ଅଭିମୁଖେ ଯାତ୍ରାକରୁଥିବା ଓଡି୧୦ଏ୪୦୨୨ ବାଙ୍କେଶ୍ୱରୀ ନାମରେ ଏକ ଘରୋଇ ବସରେ କିଛି ବେଆଇନ ଗୁଟୁକା ଆସୁଥିବାର ଖବର ପାଇ ମାଲକାନଗିରି ଥାନା ପୁଲିସ ଜଗିରହିଥିଲେ। ବସଟି ଥାନା ନିକଟରେ ପହଁଚିବା ପରେ ବସଟିକୁ ଅଟକାଇ ଜାଞ୍ଚ କରିଥିଲେ।ବସ ଛାତଉପରେ ୧୦ବସ୍ତା ବେଆଇନ ଗୁଟୁକା ବସ୍ତାଥିବାର ଦେଖି ପୁଲିସ ସେହି ବସ୍ତାଗୁଡିକୁ ଓହ୍ଲାଇ ଜବତକରିଛନ୍ତି। ଏହି ଗୁଟୁକା ଗୁଡିକ କାହାର ବୋଲି ବସ କଣ୍ଡକ୍ଟରଙ୍କୁ ପଚାରିବାରୁ ତାହା ମୁଜାଣି ନାହିଁ ଜୟପୁର ଠାରେ କିଛି କୁଲି ବସରେ ଏହି ବସ୍ତାଗୁଡିକ ଚଢାଇଦେଇ କହିଥିଲେ କାଲିମେଳା ବଜାରରେ ଏହା କୁ ଓହ୍ଲାଇ ଦେବାକୁ। ପୁଲିସ ସେହିଗୁଟୁକା ଗୁଡିକୁ ଥାନାରେ ରଖି ଏହାର ମାଲିକ କିଏ କାଲିମେଳା ଥାନାକୁ ଜଣାଇ ତଦନ୍ତ ଚଳାଇଛନ୍ତି।ସୂଚନା ଯୋଗ୍ୟ ଯେ କେନ୍ଦ୍ର ଓ ରାଜ୍ୟସରକରା ତମାଖୁ ଯୁକ୍ତ ଗୁଟୁକା ପୁଡିଆ ଗୁଡିକୁ ବେଆଇନ୍ ଘୋଷଣା କରି ଏହାର ବିକ୍ରୀ ଓ ବ୍ୟବହାର ଉପରେ ନିଷିଦ୍ଧ କରିଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏହି ବେଆଇନ ଗୁଟୁକା, ପୁଡିଆ ଗୁଡିକ ବିଭିନ୍ନ ପାନଦୋକାନ, ଚା ଦୋକାନ, ତେଜରାତୀ ଦୋକାନ ଗୁଡିକରେ ଅବାଧ ରେ ବିକ୍ରୀ ହେଉଥିବାର ଦେଖାଯାଉଛି। ଏଥିପ୍ରତି ଡ୍ରଗସ ଇନିସପେକ୍ଟର କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୌଣସି ଆରୋପ ନଥିବାରୁ ବେପାରୀ ମାନେ ଖୋଲମ ଖୋଲା ଭାବେ ବିକ୍ରୀକରୁଥିବାର ଦେଖା ଯାଉଛି, ବିଶେଷ କରି ସ୍କୁଲ, କଲେଜ ନିକଟରେ ଏହି ବେଆଇନ ଗୁଟୁକା, ପୁଡିଆ ଅଧିକ ମାତ୍ରାରେ ବିକ୍ରୀ ହେଉଥିବାରୁ ଏହାର ଶିକାର କୋମଳମତି ଛାତ୍ରମାନେ ହେଉଛନ୍ତି।