Odiapua.com

ଘରୋଇ କଳିରୁ ସ୍ତ୍ରୀର ତଣ୍ଟିଚିପି ମାରିଲା ସ୍ୱାମୀ, ଗାଁ ଲୋକ ପହଞ୍ôଚବାରୁ ଅଳ୍ପକେ ବର୍ତ୍ତିଲା ପୁଅ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରାହାଟ ଥାନା ଅଧୀନସ୍ଥ ତଳଦୁମୁକା ଗାଁ ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବାବେଳେ ଚିତ୍କାର ଶୁଣି କହ୍ନେଇର ମା’ ଓ ପଡିଶା ଲୋକଙ୍କୁ ଡାକ ପକାଇଥିଲା । ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ୱାମୀ ସ୍ତ୍ରୀକୁ ମାରିଦେଇଥିଲା । ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ ବର୍ଷର ପୁଅକୁ ମୂର୍ମୁଷ ଭାବେ ଉଦ୍ଧାର କରିବା ସହ ସଇତାନ ସ୍ୱାମୀ କହ୍ନେଇକୁ ଏକ ଘରେ ଚାବି ପକାଇ ରଖିବା ସହ ପୁଲିସ୍‌କୁ ଖବର ଦେଇଥିଲେ । ପୀରାହାଟ ପୁଲିସ୍ ଆଜି ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ôଚ ସଇତାନ ସ୍ୱାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ଭଦ୍ରକ ପଠାଇଛି । ତାହା ସହ ଗାଁରେ ପୁଲିସ୍ ତଦନ୍ତ ଜାରି ରଖିଛି ।