Odiapua.com

ଘରେ ପଶି ମହିଳାଙ୍କୁ ଆକ୍ରମଣ – ଥାନାରେ ଏତଲା

କଟକ ୨୯ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ସଦର ଥାନା ବାଲିକୁଦା ନୂଆବଜାର ସାହିର ସୁନା ସ୍ୱାଇଁ ତାଙ୍କ ସ୍ୱାମୀଙ୍କୁ ଘରେ ପଶି ମାଡ ମାରିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ସୁନା ସ୍ୱାଇଁଙ୍କୁ ବାଲିକୁଦା ନୂଆ ବଜାର ସାହିର ପ୍ରସାନ୍ତ ସ୍ୱାଇଁ ଓ ତାଙ୍କ ସହଯୋଗୀ ଗତ ୨୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ତାଙ୍କ ଘରେ ପଶି ହଠାତ୍ ମାଡ଼ ମାରିବା ସହିତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବାରୁ ଏହାକୁ ସେ ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀଙ୍କୁ ତଳେ ପକାଇ ତଣ୍ଟି ଚିପିବା ସହ ଘରର ଆସବାସ ପତ୍ର ଫୋପଡ଼ା ଫିଙ୍ଗା କରିଥିଲେ। ଏ ବାବଦରେ ଥାନାରେ ଜଣାଇଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହା ପୁର୍ବରୁ ମଧ୍ୟ ଏମାନେ ଆକ୍ରୋଶ ମୂଳକ ଭାବେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ। ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ଲୋକଙ୍କ ଜୀବନ ବିପଦ ଥିବାରୁ ସେମାନେ ଭୟଭିତ ଅବସ୍ଥାରେ ଦିନ କାଟୁଛନ୍ତି। ଯଥାଶିଘ୍ର ଉକ୍ତ ଘଟଣାର ତଦନ୍ତ କରି ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି।