Odiapua.com

ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଶୁଭାରମ୍ଭ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଷ କ୍ରମେ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ତରଫରୁ ସାହାଡ଼ା ଗ୍ରା.ପ. ଠାରେ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଶ୍ରୀଯୁକ୍ତ ନଳିନୀ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଏକ ପଦଯାତ୍ରା ଦିବା ୧୦ଘଟିକା ସମୟରେ ଅଣ୍ଡରେଇ ବଜାରଠାରୁ ବାହାରି ସାହାଡ଼ା ଗ୍ରା.ପ.ର ସମସ୍ତ ୧୪ଗୋଟି ୱାର୍ଡ଼ରେ ଘର ଘର ବୁଲି ବିଜେଡ଼ି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ଗତି, ପ୍ରଗତିର ସଂଙ୍କଳ୍ପ ରାଜ୍ୟରେ ଏବଂ ଭଦ୍ରକରେ କଂଗ୍ରେସ ହିଁ ବିକଳ୍ପ ବୋଲି ଲୋକମାନଙ୍କୁ ସଚେତନ କରାଇବା ସହିତ ଆଗାମି ଦିନରେ କଂଗ୍ରେସରେ ସାମିଲ୍ ହୋଇ ଦଳକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭଦ୍ରକ କଂଗ୍ରେସର ସଂକଳ୍ପ ଭଦ୍ରକରେ ମେଡ଼ିକାଲ୍ କଲେଜର ପ୍ରତିଷ୍ଠା, ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଓ ଭଦ୍ରକରେ ଉନ୍ନତି କରଣ ନାମରେ ଚାଲିଥିବା ବ୍ୟାପକ ଦୁର୍ନିତି ବିରୁଦ୍ଧରେ ଲଢ଼େଇ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥି ସହିତ ଶ୍ରୀଯୁକ୍ତ ମହାନ୍ତି ଘର ଘର ବୁଲି ଲୋକ ମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଲୋକମାନେ ତାଙ୍କର ସମସ୍ୟା ଯଥା ରାସ୍ତା ଘାଟ ସମସ୍ୟା, ଆବାସ ଯୋଜନାରେ ପାତର ଅନ୍ତର ନିତି, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନା ଓ ରାସନ୍ କାର୍ଡ଼ରୁ ବଞ୍ଚିତ କରିବା ସମ୍ପର୍କରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପିତବାସ ଧଳ, ରାଜିବ୍ ଗାନ୍ଧୀ ପଞ୍ଚାୟତରାଜ୍ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଏସି ସେଲ୍ସ୍ ସଭାପତି ରଂଜନ ଜେନା , ବରିଷ୍ଠ ନେତା ଗୋଲକ ମହାପାତ୍ର, ସାହାଡ଼ା ପଞ୍ଚାୟତ ସଭାପତି ଅମୁଲ୍ୟ ଦାସ, ସମିତି ସଭ୍ୟ ଯମୁନା ରାଣି ଗୋଚ୍ଛାୟତ୍‌, ନାୟକ ସରପଞ୍ଚ ତୁଳସୀ ଦାସ ମହାପାତ୍ର, ଗୟାଧର ସେଠୀ, କାଳନ୍ଦୀ ଜେନା, ବିଜୟ ବାରିକ୍‌, ଶଶୀକାନ୍ତ ଜେନା, ଦିପକ୍ ଗୋଚ୍ଛାୟତ, ରତିକାନ୍ତ ଦାସ, ଦିଗ୍ ବିଜୟ ଜେନା, ଶଶୀକାନ୍ତ ବେହେରା ଯୋଗ ଦେଇଥିଲେ ।