Odiapua.com

ଘରେ କଳାକନା ବୁଲାଇଲେ ଦୃବୁର୍ତ୍ତ, କନ୍ୟା ବିଭାଘର ପାଇଁ ରଖିଥିବା ପ୍ରାୟ ୮ ଲକ୍ଷ ଟଙ୍କାର ଅର୍ଥ ଓ ସ୍ୱର୍ଣ୍ଣାଳଙ୍କାର ଚୋରି

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ନିଜର ପରିବାର ସହ କଟକ ବଡ ମେଡିକାଲକୁ ଯାଇଥିବାବେଳେ ଦୃବୁର୍ତ୍ତମାନେ ଜଣେ ଗୃହକର୍ତ୍ତାଙ୍କ ଘରୁ କଳାକାନା ବୁଲାଇ ଦେଇଛନ୍ତି । ଏପରିକି କନ୍ୟା ବିଭାଘର ଲାଗି ରଖିଥିବା ସମସ୍ତ ସ୍ୱର୍ଣ୍ଣାଳଙ୍କାର ସହ ନଗଦ ଅର୍ଥକୁ ପୋଛି ନେଇଯାଇଛନ୍ତି ଏହି ଚୋରମାନେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ବାଲିପାଟଣା ଗ୍ରାମରେ । ଏହି ଗ୍ରାମର ରମାକାନ୍ତ ନାୟକ ଗତକାଲି ନିଜ ଦେହ ଅସୁସ୍ଥ ଥିବାରୁ କଟକ ବଡ ଡାକ୍ତରଖାନା ଯାଇ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରହିଯାଇଥିଲେ । ଏହାର ସୁଯୋଗରେ ଦୃବୁର୍ତ୍ତମାନେ ତାଙ୍କ ଘର କବାଟ ଭାଙ୍ଗି କନ୍ୟା ବାହାଘର ପାଇଁ ରଖିଥିବା ସମସ୍ତ ସୁନା ଅଳଙ୍କାର ସହ ୩ଟି ଗୃହରେ ପଶି ଗଡରେଜ୍ ଭାଙ୍ଗି ତାଙ୍କ ପତ୍ନୀଙ୍କର ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ଏହି ଖବର ପୁତୁରା ଦେବଦତ୍ତ ନାୟକଙ୍କ ଠାରୁ ପାଇ ରମାକାନ୍ତ ଆସି ଘରେ ପହଞ୍ôଚ ସମସ୍ତ ବିଷୟ ଜାଣିବାକୁ ପାଇଛନ୍ତି । ଏବଂ ପୁରୁଣାବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମୋକଦ୍ଦମା ରୁଜୁ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।