Odiapua.com

 ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

ଯାଜପୁର୪ା୧(ଓଡିଆ ପୁଅ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମଣିପୁର ନିକଟସ୍ଥ ବାଟୁଳ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୁଚନାନୁସାରେ ଉକ୍ତ ଗ୍ରାମର ସ୍ୱର୍ଗତ ଘନଶ୍ୟାମ ମଳିକଙ୍କ ପୁଅ କରୁଣାକର ଓ ତାର ପରିବାର ଶୁକ୍ରବାର ଦିନ ବର୍ଷା ଓ ଗ୍ରାମରେ ବିଦ୍ୟୁତ ନଥିବା ଯୋଗୁଁ ଜଲଦି ଖାଇ ପିଇ ଶୋଇ ପଡ଼ିଥିଲେ । କିନ୍ତୁ ରାତି ପ୍ରାୟ ଦୁଇଟା ବେଳେ କରୁଣାକର ପରିଶ୍ରା କରିବାକୁ ଉଠି ଦେଖିବା ବେଳକୁ ଘରର କବାଟ ମେଲାଥିବା ସହିତ ଘରେ ଥିବା ଦୁଇଟି ଟିଣ ବାକ୍ସ ନଥିଲା । ପରେ ଏନେଇ ସେ ସାହି ପଡ଼ୋଶୀଙ୍କୁ ଡ଼ାକ ପକାଇବାରୁ ସେମାନେ ଆସି ଚାରିପଟ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁରାକ ପାଇପାରିନଥିଲେ । ପରେ ସକାଳୁ କିଛି ବ୍ୟକ୍ତି ଶୌଚ ହେବା ଲାଗି ପଛପଟ ବିଲକୁ ଯାଇଥିବା ବେଳେ ବାକ୍ସ ଦୁଇଟିକୁ ଖୋଲା ଯାଇ ଥିବାର ଦେଖି କରୁଣାକରଙ୍କୁ ଖବର ଦେଇଥିଲେ । ଉକ୍ତ ବାକ୍ସ ଦୁଇଟିର ତାଲା ଭାଙ୍ଗି ସେଥିରେ ଥିବା ଘର ତିଆରି ଲାଗି କରୁଣାକର ରଖିଥିବା ନଗଦ ତିରିଶ ହଜାର ଟଙ୍କା ସମେତ ସୁନା ଚେନ ଦୁଇଟି, କାନଫୁଲ ଦୁଇ ହଳ, ମୁଦି ଦୁଇଟି, ମଙ୍ଗଳସୁତ୍ର, ରୁପାପାଉଁଜି ୩ ଭରିକୁ ଦୁର୍ବୁତ ମାନେ ନେଇଯାଇଥିବା ସହିତ ବାକ୍ସରେ ଥିବା ଲୁଗାପଟା ଆଦିକୁ ଫୋପାଡ଼ି ଦେଇ ପଳାଇ ଯାଇଥିଲେ । ପରେ ଏ ସଂକ୍ରାନ୍ତରେ କରୁଣାକର ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଏକ ମାମଲା ଋଜୁ କରି ତଦନ୍ତ ଚଳାଇଛି । ବିରଞ୍ଚିନାରାୟଣ ।