ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶହିଦ୍ ଭଗତ୍ ସେନା ବିପଦର ବନ୍ଧୁ ଭାବେ ବିପନ୍ନଙ୍କୁ ଯୋଗାଇ ଆସୁଥିବା ବିଭିନ୍ନ ସହାୟତା ସହଯୋଗର ଅଉ ଏକ ନିଦର୍ଶନ ପ୍ରଦର୍ଶନ କରିଛି । ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାର ଗୃହଶୂନ୍ୟ ହୋଇଥିବା ଖବର ପାଇ ଶହିଦ୍ ଭଗତ୍ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ବିପନ୍ନ ପରିବାରକୁ ଭେଟି ୩ ମାସର ରାସନ ଓ ଖ୍ୟା ସାମଗ୍ରୀ ପ୍ରଦାନ କରିଛନ୍ତି । ପୀଡ଼ିତଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ସରକାରୀ ସହାୟତା ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବନ୍ୟା, ବାତ୍ୟା, ଦୁର୍ଘଟଣା, ରୋଗଗ୍ରସ୍ତ, ଗୃହପୋଡ଼ି ଭଳି ବିଭିନ୍ନ ବିପତ୍ତି ସମୟରେ ଶହିଦ୍ ଭଗତ୍ ସେନା ସହାୟତା ଯୋଗାଉଥିବାରୁ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି ।