Odiapua.com

ଘରପଦା ଗ୍ରାମକୁ ସଟ୍ ଡାଉନ୍ କଲେ ସରପଞ୍ଚ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କରୋନାର ପ୍ରଭାବ ଏବେ ଗ୍ରାମାଂଚଳଉପରେ ପଡ଼ିଛି। ଏହାକୁ ପ୍ରତିହତ କରିବାପାଇଁ ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ୩ନଂ-ୱାର୍ଡ ଘରପଦା ଗ୍ରାମକୁ ସରପଞ୍ଚ ଅଶୋକ କୁମାର ମହାନ୍ତି ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ଗ୍ରାମରେ ୬ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏନେଇ ପଞ୍ଚାୟତ ପକ୍ଷରୁ ବିଡିଓ ଓ ଥାନାଧିକାରୀଙ୍କୁ ଲିଖିତ ଅବଗତ କରିଥିବାର ଜଣାଯାଇଛି।