Odiapua.com

ଘରକାନ୍ଥ ପଡି ୫ ବର୍ଷ ଶିଶୁର ମୃତ୍ୟୁ

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ୫ ବର୍ଷ ଶିଶୁ ଉପରେ ଘରର କାନ୍ଥ ପଡିଯିବାରୁ ତାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ବ୍ଲକ୍ ଅଧୀନସ୍ଥ ଗେଲପୁର ପଂଚାୟତ ଅଧୀନ ନଳାଙ୍ଗ ଗ୍ରାମର ସୁନୀଲ ନାୟକଙ୍କ ଘରେ । ତାଙ୍କର ଏକମାତ୍ର ପୁତ୍ର ସାଇ ଶୁଭ୍ରଜିତ୍ ନାୟକ ଗତକାଲି ରାତିରେ ତାଙ୍କ ଘର ବାଣ୍ଡରେ ଖେଳୁଥିବା ସମୟରେ ଏକ ପିଲର ଧସିବା ଫଳରେ କାନ୍ଥ ପଡିଯାଇଥିଲା । ଶୁଭ୍ରଜିତ୍‌ଙ୍କ ବାପା ତୁରନ୍ତ ଭଦ୍ରକ ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ଗାମାଞ୍ଚଳ ପୁଲିସ୍ ପକ୍ଷରୁ ଆଜି ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ଘରକୁ ପଠାଯାଇଛି । ଏଭଳି ଘଟଣାରେ ପରିବାର ପକ୍ଷରୁ ସରକାରଙ୍କ ଠାରେ ସହାୟତା ଦାବି କରାଯାଇଛି ।