Odiapua.com

ଘଟଣା ଦୁର୍ଘଟଣା ଭିତରେ ବିଦାୟ ୨୦୨୦

ବାହାନଗା,୩୧ା୧୨( ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା ଭିତରେ ବିଦଦାୟ ନେଇଛି ୨୦୨୦ ମସିହା । ଜାତୀୟ ସ୍ତରରେ ପ୍ରଜ୍ଞାପନ ମେଢ କରିଥିବା ଗଜେନ୍ଦ୍ର ସାହୁଙ୍କୁ ନିଜ ମାଟିରେ ସମ୍ବର୍ଦ୍ଧନା, ସମୁଦ୍ରରୁ ୨ଥର କୁମ୍ଭିର ଉଦ୍ଧାର , ଷଠୀ ଠାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା, ଗୋପାଳପୁର ମହୋତ୍ସବ ପାଳିତ, ବାଲ୍ୟ ବିବାହ ବନ୍ଦକରିବାକୁ ଯାଇ ଶିଶୁ ମଙ୍ଗଳ ଅଧିକାରୀ ହଟହଟା, ବାହାନଗା ଠାରେ ଗଳା ପୋଲ ନିର୍ମାଣ ପାଇଁ ବିଧାୟକଙ୍କ ସମୀକ୍ଷା , ବ୍ଲକ ଗ୍ରାଣ୍ଡ ସ୍କୁଲକୁ ପୂର୍ଣ୍ଣ ଅନୁଦାନ ସ୍କୁଲର ମିଶ୍ରଣକୁ ଶିକ୍ଷକ ସଙ୍ଘର ବିରୋଧ, ବିଡ଼ିଓ ରଘୁନାଥ ପାଣିଗ୍ରାହୀଙ୍କ ବ୍ଲକରେ ଯୋଗ ଦାନ, ଟାର୍ଗେଟ ନଥାଇ ଚାଷୀଙ୍କୁ ଧାନ ପାଇଁ ଟୋକନ ଦେଇ ଚର୍ଚ୍ଚାରେ , ବ୍ଲକ ତରଫରୁ ଭୀମ ଭୋଇ ସାମର୍ଥ ଶିବିର ଅନୁଷ୍ଠିତ, ରଙ୍ଗ ବଦଳରେ ଫୁଲରେ ଫୁଲରେ ହୋଲି ଖେଳ, ଗୋପାଳପୁର ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ, କରୋନା ପାଇଁ ବନ୍ଦ ରହିଲା ବାରିକପୁର ସାପ୍ତାହୀକ ହାଟ, କରୋନା ପାଇଁ ବଜାର ଓ ରାସ୍ତାଘାଟ ବନ୍ଦ , ବିଭିନ୍ନ ଗାଁ ଗଣ୍ଡା ପ୍ରବେଶ ଦ୍ୱାରରେ ନୋ ଏଣ୍ଟ୍ରି, ରାଜ୍ୟର ୧୧୦ ନଂ କରୋନା ଆକ୍ରାନ୍ତ ବାହାନଗା ବ୍ଲକ ବାହରିବା ପରେ ବ୍ଲକରେ କୋକୋଆ ଭୟ, କିଛି ସମାଜସେବୀ ଓ ବ୍ୟବସାୟୀଙ୍କ ଦ୍ୱାରା ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ, ସମୁଦ୍ର ଗଦେଇ ସାଗର ମତ୍ସ ଅବତରଣ କେନ୍ଦ୍ର ଗଭୀର ସମୁଦ୍ରରେ ଡଙ୍ଗା ବୁଡ଼ି ଗଲା, ବିଧାୟକଙ୍କ ପ୍ରେରଣାରେ ଲକଡାଉନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ସଂଗ୍ରହ, ଗୁଳି ବାଜି ମତ୍ସଜୀବୀ ଆହତ ହୋଇଥିଲେ , ବିଭିନ୍ନ ପଞ୍ଚାୟତରେ ଯୁବକ କରୋନା ଯୁଦ୍ଧା ପାଲଟିବା, ଅଜଣା ରୋଗରେ ରବି ଧାନ ଚାଷ ଶହଶହ ଏକର ଅଗାଡି଼ ଚାଷୀ ଦୁର୍ଦ୍ଦଶାରେ , ପ୍ରବାସୀ ମାନେ ସାଇକେଲରେ ଫେରିଲେ ହଜାହଜାର କିଲୋମିଟରରୁ, ଲକଡାଉନରେ ଦୁଗ୍ଧ ଚାଷୀଙ୍କୁ ଭରସା ହେଲା ଗୋପାଳପୁର ଦୁଗ୍ଧ ଶୀତଳି କରଣ କେନ୍ଦ୍ର, ମନ୍ଦିର ପୂଜକଙ୍କୁ ଦୁର୍ଭାଗ୍ୟ ଜନୀତ ଆକ୍ରମଣ, ବିଭିନ୍ନ ସ୍ଥାନ ମାନଙ୍କରୁ ବିଭିନ୍ନ ସମୟରେ ବିପୁଳ ପରିମାଣରେ ମଦ ଜବଦ, ୧୬ନଂ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଆହତ ଓ ମୃତ୍ୟୁ , କରୋନା କାଳରେ ଅମାନିଆଙ୍କୁ ପୋଲିସଙ୍କ ଦ୍ୱାରା ସାବାଡ,଼ ପ୍ରଧାନମନ୍ତ୍ରୀ କିଶାନ କ୍ରେଡିଟ କାର୍ଡ଼ ଯୋଜନାରେ ମତ୍ସଜୀବୀଙ୍କୁ ବିଭାଗ ତରଫରୁ ସାମିଲ, କୃଷି ବିଭାଗ ତରଫରୁ ଡେମୋନିଷ୍ଟ୍ରେସନରେ ୪ ଗାଁ ସାମିଲ କରିଥିଲେ କୃଷି ବିଭାଗ, ଦମ୍ପତି ପୁଅ ବୋହୁଙ୍କ ନିର୍ଜାତନା ସହି ନ ପାରି ଉପଜିଲ୍ଲା କାର୍ଯ୍ୟାଳୟର ଆଗରେ ନ୍ୟାୟ ପାଇଁ ଧାରଣା, ବ୍ୟାଙ୍କ ଶାଖା ପରିଚଳକଙ୍କ ମୃତ୍ୟୁ, ବିଧାୟକ ଓ ବିଡ଼ିଓଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ, ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୁତି ଡାକ୍ତର ନ ଥାଇ ଚର୍ଚ୍ଚାରେ, ବିଧାୟକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଫଳତା, ଅନ୍ଧ ବିଶ୍ୱାସ ପାଇଁ ନୀରୀହ ଶିଶୁକୁ ବଳି, ଭାଇ ମାଡ଼ରେ ଭାଇ ମୃତ, ଥାନା ଏଏସଆଇ ନିଲମ୍ବିତ, ଥାନାରେ ନୂଆ ଥାନାଧିକାରୀ ଙ୍କ ଯୋଗଦାନ, ସ୍ୱଚ୍ଛ ଭାରତ ଅଭିଯାନର ୬ ବର୍ଷ ପୂର୍ତ୍ତି, କରୋନାରେ ବିଭିନ୍ନ କଳାକାର ରହିଲେ ଘରେ, ସର୍ବ ଭାରତୀୟ ପ୍ରବେଶୀକା ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ, ମତ୍ସଜୀବୀଙ୍କ ଜାଲରେ ଦୁଇ ଦୁଇ ଥର ଲାଗିଲା ଯନ୍ତ୍ର ଚାଳିତ ରକେଟ, ଫାଲକନରେ ଶ୍ରମିକ ଅଶାନ୍ତି ଓ ତାହାର ସମାଧାନ, ବର୍ଷ ସାରା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, କେନ୍ଦ୍ରମନ୍ତ୍ରୀଙ୍କ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ, ସାଂସଦ ଓ ବିଧାୟକଙ୍କ ଦ୍ୱାରା ସେତୁ ଓ ପ୍ରସୁତି ଗୃହର ଶିଳାନ୍ୟାସ, ଚର୍ଚ୍ଚାରେ ପଣପଣା ସେବାସମବାୟ ସମିତ, ବାରମ୍ବାର ଗୋରୁ ଚାଲାଣ, ପୋଷ୍ଟଲରୁ ହିତାଧିକାରୀ ଟଙ୍କା ପୋଷ୍ଟ ମାଷ୍ଟରଙ୍କ ଦ୍ୱାରା ହଡ଼ପ ଓ ପରେ ବଣ୍ଟନ, ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପ୍ରକଳ୍ପର ଓ ୁନ୍ନୟନ କାର୍ଯ୍ୟର ସମୀକ୍ଷା, ବାରମ୍ବ।।ର ଏଟିଏମ ଲୁଟ, ନକଲି ପୋଲିସ ପୋଷାକରେ ଛିନତାଇ, ଲିମକା ବୁକରେ ଯୁବ ଇଞ୍ଜିନିୟଙ୍କ ରେକର୍ଡ଼, ବାହାନଗା ବ୍ଲକ ପରିସରରୁ ଚୋରୀ, ବିଜୁ ପାର୍କ ନିର୍ମାଣ କାର୍ଯ୍ୟ ଜାରୀ ଓ ଚର୍ଚ୍ଚାରେ ବାହାନଗା ବ୍ଲକ । ଶେଷରେ ନବବର୍ଷର ଶୁଭେଚ୍ଛା ଓ ଶୁଭ କାମନା