Odiapua.com

ଘଟଗାଁ ବନ ବିଭାଗର କାଠ ବୋଝେଇ ପିକ୍ଅପ୍ ଜବତ

ଘଟଗାଁ ୧୯-୨ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ଢେଙ୍କିକୋଟ ଟୋଲଗେଟ ନିକଟରୁ ବନବିଭାଗ ଏକ କାଠବୋଝେଇ ପିକଅପ ଭ୍ୟାନ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ କାଠ ମାଫିଆ ମାନେ କାଠ ଚୋରା ଚାଲାଣ କରୁଥିବା ନେଇ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଢେଙ୍କିକୋଟ ଟୋଲଗେଟ ନିକଟରେ ଆଜି ବନବିଭାଗର କର୍ମଚାରୀ ମାନେ ଜଗିରହିଥିଲେ। କାଠ ବୋଝେଇ ପିକଅପ ଭ୍ୟାନ ଟୋଲଗେଟ ନିକଟରେ ପହଞ୍ଚିବା ପରେ ବନବିଭାଗ ଗାଡିଟିକୁ ଧରିବାକୁ ସଫଳ ହୋଇଥିବା ବେଳେ ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତେବେ ଜବତ କାଠ ଗୁଡିକର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଘଟଗାଁ ରେଞ୍ଜର ସୂଚନା ଦେଇଛନ୍ତି।