ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତିଭବନ ପରିସରରେ ଶିଶୁ ସୁରକ୍ଷା ୟୁନିଟ୍ ଭଦ୍ରକ ତରଫରୁ ଅଣ-ଆନୁଷ୍ଠାନିକ ସେବା ଅନ୍ତର୍ଗତ ବିଭାଗୀୟ ଅଂଶୀଦାରମାନଙ୍କୁ ସଶକ୍ତକରଣ ଓ ଶିଶୁଙ୍କୁ ଥଇଥାନ ଦିଗରେ ଏକ ପ୍ରଶିକ୍ଷଣ ଶିଶୁ ସୁରକ୍ଷା ୟୁନିଟର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ଏକ ସଚେତନତା ରଥ ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ରଥକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରଥ ୭ ଗୋଟି ବ୍ଲକ୍ ପରିକ୍ରମା କରିବା ସହ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ସଚେତନତା ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ବାହାରିଥିଲା । ଏହି ସମୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀ, ଡ଼େପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ମଙ୍ଗଳ କମିଟି ସଦସ୍ୟ ଭାରତୀ ଦାଶ ସମେତ ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ଆଇନ ପ୍ରେବେଶନ ଅଧିକାରୀ ସୁବ୍ରତ ଦାସ, ଦମୟନ୍ତୀ ଦାସ, ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ତତ୍ପରେ ସଂସ୍କୃତି ଭବନ ପରିସରରେ କର୍ମଶାଳାକୁ ଆରକ୍ଷୀ ଅଧିକ୍ଷକ ବିଜୟ ରଞ୍ଜନ କେରକେଟା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼. ପାଣିଗ୍ରାହୀ , ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟର ଅଧ୍ୟକ୍ଷ ପୁଷ୍ପଲତା ବାରିକ, ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ , ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର, ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟାସିଂ, ଏଲ. ଡ଼ବ୍ଲୁ.ବିର ନିର୍ଦ୍ଦେଶକ ଅନୁପମ ସରକାର, ଶିଶୁ ମଙ୍ଗଳ ସଦସ୍ୟ ମୌସୁମୀ ମାଇତି, ଜେ.ଜେ.ବି.ର ସଦସ୍ୟ ବନମାଳି ଜେନା, ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦାନ କରି ଶିଶୁ ସୁରକ୍ଷା ଅନ୍ତର୍ଗତ ଅଣ-ଆନୁଷ୍ଠାନିକ ସେବାରେ ଶିଶୁଙ୍କ ଥଇଥାନ ପାଇଁ ବିଭାଗୀୟ ଅଂଶୀଦାରମାନଙ୍କ ପ୍ରମୁଖ କର୍ତ୍ତବ୍ୟ ଓ ପରିବାରରେ ଶିଶୁଙ୍କୁ ଥଇଥାନ ସହ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ୟମ ଆବଶ୍ୟକ ବୋଲି ମତ ଦେଇଥିଲେ । ପୃଷ୍ଠପୋଷକତା, ପ୍ରତିପାଳନ ଯତ୍ନ ଓ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଚେତନତା ତୃଣମୂଳ ସ୍ତରରୁ ବ୍ୟାପକ ହେବା ଆବଶ୍ୟକ ବୋଲି ପ୍ରମୁଖ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶିଶୁମାନଙ୍କ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ କରିବା ଉଚିତ୍ ବୋଲି ଦର୍ଶାଇଥିଲେ । ବିଭିନ୍ନ ବିଭାଗରୁ କର୍ମକର୍ତ୍ତା ଅଂଶୀଦାରମାନେ ଖୋଲା ମଞ୍ଚ ଆଲୋଚନା ସହ ଶିଶୁ ଅନୁଷ୍ଠାନ, ସଖି, ପରିବାର ପରାମର୍ଶକେନ୍ଦ୍ର, ସ୍ୱେଚ୍ଛାସେବୀ ସଙ୍ଗଠନ ,ପୋଲିସ୍, ଅଙ୍ଗନବାଡ଼ି କର୍ମୀ , ଆଶାକର୍ମୀ, ମହିଳାଗୋଷ୍ଠୀ ଇତ୍ୟାଦି କର୍ମଶାଳାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ଶାଖାର ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ ସମେତ ସୁବ୍ରତ ଦାସ, ମହେଶ ଚନ୍ଦ୍ର ଦାଶ, ବିଜୟ ଜେନା ଏବଂ ଶିଶୁ ଅନୁଷ୍ଠାନରୁ ତଥାଗତ ଜେନା, ନିବେଦିତା ଲେଙ୍କା, ସସ୍ମିତା ନାୟକ, ଦେବୀସ୍ମିତା ମହାନ୍ତି, ଚନ୍ଦନ ଦାସ, ଅଶୋକ ଦାସ, ଜ୍ୟୋତିପ୍ରକାଶ ପତି, ଦିଗନ୍ତ ବେହେରା, ରିଆଜ ଅହମ୍ମଦ, ଧନଞ୍ଜୟ ଜେନା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବିଶ୍ୱନାରାୟଣ ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।