Odiapua.com

ଗଡ଼ଚଣ୍ଡି ସ୍କୁଲରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ, ଭାଗନେଲେ ୧୪୦ ଛାତ୍ର ଛାତ୍ରୀ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ମେନକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଚଣ୍ଡି ଟିଲୋ ଠାରେ ପାଳିତ ହୋଇଯାଇଛି । ଏଥିରେ ଉଦ୍‌ଘାଟକ ଭାବେ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ମୁଖ୍ୟ ଅତିଥି ଭାବେ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ମୁଖ୍ୟ ବକ୍ତା ପ୍ରାକ୍ତନ ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ରଘୁନାଥ ସାହୁ, ସମ୍ମାନିତ ଅତିଥି ପ୍ରାକ୍ତନ ରାଜ୍ୟ ଓଷ୍ଟା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ଭଦ୍ରକ ଓଷ୍ଟା ସଭାପତି ରମାକାନ୍ତ ପରିଡ଼ା, ବନ୍ତ ଓଷ୍ଟା ସମ୍ପାଦକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା, ମେନକାରାଣୀ ହାସ୍କୁଲର ପ୍ରଧାନ ଶିକ୍ଷକ ଦିଲିପ କୁମାର ଜେନା, ଗଡ଼ଚଣ୍ଡି ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପରାଣୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁ ମହତ୍ସୋବ ପ୍ରତିଭା ଚୟନରେ ମାଧ୍ୟମ ପାଲଟିବ ବୋଲି କହି କୁନି କୁନି ପ୍ରତିଭାଙ୍କୁ ଆଗକୁ ବଢିବା ନେଇ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ପ୍ରାରମ୍ଭରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ, ସନ୍ତୋଷ କୁମାର ଜେନା ସ୍ୱାଗତ ଭାଷଣ ଓ ଶେଷରେ ସୁକାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଭାଷ୍କର ଚନ୍ଦ୍ର ପାଢୀ, ଅଲେଖ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ନାରାୟଣ ଚନ୍ଦ୍ର ଲେଙ୍କା, ପଦ୍ମନାଭ ରାଉତ, ଜଗନ୍ନାଥ ପାତ୍ର, ସୁକାନ୍ତ ବେହେରା, ରମେଶ ଚନ୍ଦ୍ର କର, ରବିନ୍ଦ୍ର ଜେନା, ଉମାକାନ୍ତ ରାଉତ ପ୍ରମୁଖ ବିଚାରକ ଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ଗଳ୍ପ ଲିଖନ, କବିତା ଲିଖନ, କବିତା ବୃତ୍ତି, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, କୁଇଜ୍‌, କଣ୍ଠ ସଂଗୀତ, ଏକକ ଅଭିନୟ, ଏକକ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମକୁ ନତ୍ୟାନନ୍ଦ ସାମଲ, ଅନନ୍ତ ଚରଣ ଜେନା ଗୌତମ କୁମାର ନାୟକ, ବିମ୍ବାଧର ଜେନା, ଅଲୋକ କୁମାର ପ୍ରଧାନ, କମଳା ରାଉତ, ମନୀତାବାଳା ନାୟକ ପ୍ରମୁଖ ସହଯୋଗ କରିଥିଲେ । ୧୫ଗୋଟି ଉଚ୍ଚ ବିଦ୍ୟାଳୟରୁ ୧୪୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।