Odiapua.com

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର

କଟକ,୦୭/୧୦,(ଓଡ଼ିଆ ପୁଅ ପି ନାଏକ):  ଫାଟିଲା ଗ୍ୟାସ ସିଲିଣ୍ଡର, ଆଉ ଜଳିଗଲା ଘର । ଏହି ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କୁସମ୍ବୀ ଗାଁରେ । ସୂଚନା ଅନୁସାରେ, ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ୍ ହୋଇ ପରେ ଫାଟି ଯାଇଥିଲା । ଏହାସହ ଘରଦ୍ୱାର ନିଆଁ ରେ ଭସ୍ମ ହେଇଯାଇଥିଲା । ପରେ ଏହି ଖବର ପାଇ ଦମକଳବାହିନୀ ଆସି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ।