Odiapua.com

ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ

ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣ ଘଟିଛି ଉଦଳା ଥାନା ନିକଟରେ । ମିଳିଥିବା ସୂଚନା ଅନୁସାରେ, ରବିନ୍ଦ୍ର ମହାନ୍ତ ନିଜ ଜଳଖିଆ ଦୋକାନରେ ଆଜି ସକାଳେ କାମ କରୁଥିଲେ । ହଠାତ୍‌ ଦୋକାନରେ ଥିବା ଗ୍ୟାସ୍ ଲିକ୍ ହୋଇ ନିଆଁ ବ୍ୟାପିଯାଇଥିଲା । ପରେ ଏହା ଅନ୍ୟ ଆଡ଼େ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଅନେକ ଜିନିଷ ନଷ୍ଟ ହୋଇଛି । ତେବେ ସମସ୍ତେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।