Odiapua.com

ଗ୍ରାହକ ଙ୍କ ଜମା ଖାତାରୁ ବରୋଦା ବ୍ୟାଙ୍କ ପୁବ ର୍ତନ ପରିଚାଳକଙ୍କ ଟଙ୍କା ହଡପ ଘଟଣାର ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ

ମାଲକାନଗିରି,୨ା୯ (ଓଡିଆ ପୁଅ ) ମାଲକାନଗିରି ବ୍ଲକରେ ଥିବା ବ୍ୟାଙ୍କ ଅଫ ବରୋଦା ର କେତେଜଣଙ୍କ ଜମାଖାତାରୁ ପୁବ ର୍ତନ ବ୍ୟାଙ୍କପରିଚାଳକ କୋଟି କୋଟି ଟଙ୍କା ହଡପ କରିବା ର ଅଭିଯୋଗ ହେବାପରେ ସେହି ମାମଲାର ତଦନ୍ତ କରିବା ପାଇଁ ଭୁବନେଶ୍ୱର ରୁ ସିବିଆଇ ଅଧିକାରୀ ମାନେ ମାଲକାନଗିରି ରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଥାନା ସ୍ଥ ଏମଭି୯୬ ଗ୍ରାମର ହରିଚାନ୍ଦ ରାୟ ଓ ଏମଭି୭ ଗ୍ରାମର ଅବିଜିତ ସରକାର ଙ୍କ ଏକାଉଟଂ ରୁ ପ୍ରାୟ୨୦ଲକ୍ଷରୁ ଉର୍ଦ୍ଦ ଟଙ୍କା ପୁବ ର୍ତନ ବ୍ୟାଙ୍କପରିଚାଳକ ହଡପକରିବା ଘଟଣା ଥାନା ଓ ବ୍ୟାଙ୍କ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ବ୍ୟାଙ୍କଦ୍ୱାରା ଶୀଥଳ ତଦନ୍ତ ହେବାରୁ ସେମାନେ ଖାଉଟି ଅଦାଲତର ପୁବ ର୍ତନ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଅଶୋକପଟନାୟକ ଙ୍କୁ ଜଣାଇଥିଲେ । ଆଇନଜୀବୀ ଶ୍ରୀ ପଟନାୟକ ସବୁ ଘଟଣା ଜାଣିବା ପରେ ବ୍ୟାଙ୍କଉଚ୍ଚ ଅଧିକାରୀଙ୍କୁ ଜଣାଇ ବ୍ୟାଙ୍କ ଗ୍ରାହକ ମାନଙ୍କ ଟଙ୍କା ଫେରାଇବା ସହିତ ସେମାନଙ୍କୁ କ୍ଷତିପୁରଣ ଦେବା ପାଇଁ ନୋଟିସ ଇସୁ କରିଥିଲେ । ବ୍ୟାଙ୍କ କର୍ତୁପକ୍ଷ ନିରବ ରହିବାରୁ ଏହାର ଉଚ୍ଚତର ତଦନ୍ତ କରିବା ସହ ଟଙ୍କାହଡପ କରିଥିବା ପୁବ ର୍ତନ ବ୍ୟାଙ୍କଅଧିକାରୀ ଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରାହଣ କରିବା ପାଇଁ ଆରବିଆଇ ଓ ସିବିଆଇ ସଂସ୍ଥାଙ୍କୁ ତଦନ୍ତ କିରିବା ପାଇଁ ଜଣାଇଥିଲେ । ଆଇନଜୀବୀ ଶ୍ରୀ ପଟନାୟକ ଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱର ଠାରୁ ସିବିଆଇ ସଂସ୍ଥାର ଏକ ଟିମ ମାଲକାନଗିରି ଠାରେ ପହଁଚି ଏହି ଟଙ୍କାହଡପ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏ ସଂପର୍କରେ ସିବିଆଇ ତଦନ୍ତ ପାଇଁ ପିଟିସନ ଦେଇଥିବା ଆଇନଜୀବୀ ଅଶୋକକୁମାର ପଟନାୟକ କହିଛନ୍ତି ବ୍ୟାଙ୍କଗ୍ରାହକ ମାନଙ୍କ ଜମାଖାତାରୁ ଟଙ୍କା ହଡପଘଟଣାରେ ପୁବ ର୍ତନ ଶାଖାପ୍ରବନ୍ଧକଙ୍କ ସହିତ ବ୍ୟାଙ୍କର ଅନ୍ୟାନ ଉଚ୍ଚଅଧିକାରୀ ମାନଙ୍କ ସଂପୃକ୍ତି ରହିଛି,ସେମାନଙ୍କ ଉପରେ ତଦନ୍ତ ହେବା ଦରକାର, ଗ୍ରାହକ ମାନଙ୍କ ଜମାଖାତାରୁ ହଡପ ଟଙ୍କା ଫେରସ୍ଥ ରେ ବ୍ୟାଙ୍କ କର୍ତୁପକ୍ଷ ବିଳମ୍ବ କଲେ ଜମାକାରୀ ମାନେ ହାଇକୋର୍ଟ ଦ୍ୱାରସ୍ଥ ହୋଇ ବ୍ୟାଙ୍କ ବିରୋଧରେ ସେଠାରେ ମାମଲା ରୁଜୁକରିବା ପାଇଁ ନିସ୍ପତି ନେଇଛନ୍ତି ।