Odiapua.com

ଗ୍ରାମ ବିକାଶ ଯୋଜନା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ

ବାଲିଗୁଡ଼ା, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ତିତ “ଶାନ୍ତିମୈତ୍ରୀ”ର ତାଲିମ୍ ଗୃହ ପରିସର ମଧ୍ୟରେ ଗ୍ରାମ ବିକାଶ ଯୋଜନାର ଏକ ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍ୟାପିତ ହୋଇ ଯାଇଛି। ପ୍ରଥମ ଦିନ ତଥା ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଣଜିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନଅଧିକାରୀ ନରେଶ କୁମାର ଶବର ଏବଂ ବ୍ଲକ୍ ଅଧ୍ୟକ୍ଷ ପ୍ରମୋଦ କୁମାର ମଲିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ତିନ ଦିନିଆ ଶିବିରରେ ବାଲିଗୁଡ଼ା ବ୍ଲକ୍ର ୫ଟି ଗ୍ରାମ ପଞ୍ଚାୟତ ବାଟାଗୁଡ଼ା, ପରମ୍ପାଙ୍ଗା, ସିନ୍ଦ୍ରିଗାଁ, ବୁଡୃକିଆ ଓ ରେବିଙ୍ଗିଆ ଗ୍ରମାର ୪୫ଟି ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମାନେ ଉପସ୍ଥିତ ରହି ତାଲିମ୍ ନେଇଥିଲେ। ଏଥିରେ ପ୍ରଶିକ୍ଷକ ଭାବେ ସୁକାନ୍ତ କୁମାର ପଣ୍ଡା ଓ ରାଜକିଶୋର ଦଣ୍ଡସେନା ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥିଲେ। ଶାନ୍ତିମୈତ୍ରୀର ସମ୍ପାଦକ ତଥା ନିର୍ଦ୍ଦେଶକ ଭଗବାନ ଜେନା ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।