Odiapua.com

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଚିତ୍ର ନୀତି , ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ, ତଦାରଖ କରିବାକୁ ଆସୁନାହାଁନ୍ତି ଯନ୍ତ୍ରୀ, କନିଷ୍ଠ ଏବଂ ଉପଖଣ୍ଡ ଅଧିକାରୀ ଛୁଟିରେ, ଅଧୀକ୍ଷଣ ଯନ୍ତ୍ରୀ-୧ ଶୁଣିବାକୁ ନାରାଜ

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଚାଲିଥିବା କାର୍ଯ୍ୟ କୁ ଦେଖିବାକୁ ଆସୁନାହାନ୍ତି ଯନ୍ତ୍ରୀ। କେଉଁ ପରିସ୍ଥିତିରେ ୬ଶହ ମିଟର ସଡକରେ ଢଳେଇ କାର୍ଯ୍ୟ ଚାଲିଛି ତାହାର ଉତର ମଧ୍ୟ ଦେବାକୁ ଅମଙ୍ଗ କନିଷ୍ଠଯନ୍ତ୍ରୀ। ପ୍ରାପ୍ତ ଖବରରୁ ଜଣାଯାଇଛି ତିହିଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ନରେନ୍ଦ୍ରପୁର ଠାରେ ପାଟଣାମଙ୍ଗଳା ଠାରେ ୬ଶହ ମିଟର ରାସ୍ତା ଢଳେଇ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ବାଲି ଗୋଡି ଏବଂ ସିମେଂଟ ରଭାଗ ଅନୁପାତ ସମାନୁପାତ ଠିକ ନଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।ଅନ୍ୟ ପକ୍ଷରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ହୋଇଥିଲେ ମଧ୍ୟ ଏହି ଢଳେଇ ରାସ୍ତା ଉପରେ ଠିକ ଭାବେ ପାଣି ଦିଆଯାଉ ନାହିଁ। ଗୋଟିଏ ପଟରେ ମାନ ଠିକ ନଥିବା ବେଳେ ଅନ୍ୟ ପକ୍ଷରେ ଢଳେଇ ରାସ୍ତାକୁ ପାଣି ଦିଆ ଯାଉ ନଥିବାରୁ ଏହି ରାସ୍ତାର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ଏହି ନିମ୍ନ ମାନର କାର୍ଯ୍ୟକୁ ତଦାରଖ କରିବାକୁ ରାସ୍ତା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଲଳିତ କୁମାର ଛୁଟିରେ ଘରେ ଅଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ଏସଡିଓ କାହିଁକି ଏହି କାର୍ଯ୍ୟ ତଦାରଖ କରିବାକୁ ଆସୁନାହାନ୍ତି ବୋଲି ଭଦ୍ରକ -୧ ଦାୟିତ୍ୱରେ ଥିବା ଅଧୀକ୍ଷଣଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ଏସଡିଓ ଛୁଟିରେ ଅଛନ୍ତି ବୋଲି କହିଥିଲେ। ମାତ୍ର ପ୍ରଶ୍ନ ଉଠେ କନିଷ୍ଠଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀ ୨ଜଣ ଏକା ସମୟରେ ଛୁଟିରେ ରହିଲେ କିପରି! ଅଧୀକ୍ଷଣଯନ୍ତ୍ରୀ ସବୁଜାଣି ଶୁଣି ନୀରବ କାହିଁକି। ସଂପୃକ୍ତ ଗ୍ରାମବାସୀ ଏହି ନିମ୍ନ ମାନର କାର୍ଯ୍ୟ , ଅଧାପନ୍ତରିଆ କାର୍ଯ୍ୟ ଏବଂ ବିନା ସୂଚନା ଫଳକରେ ହେଉଥିବା କାର୍ଯ୍ୟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ମୁଖ୍ୟଯନ୍ତ୍ରୀ ଏହି ଅଭିଯୋଗ ବିଷୟରେ ଅବଗତ ଅଛନ୍ତି ବୋଲି କହିଥିବା ବେଳେ ବିଭାଗୀୟ ଅଧିକାରୀ ସଂପୃକ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଅଂଚଳବାସୀ ଅଭିଯୋଗ ଆଣିଛନ୍ତି।