ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରୀପୋଖରୀ ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ୨୨ଟି ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ଦୁଇଟି ସେତୁର ପୁନଃ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାୟକଙ୍କୁ ବିଜେପି ନେତା ବଦ୍ରିନାରାୟଣ ଧଳ ଆଜି ଦାବିପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ଅବସରରେ ଜିଲ୍ଲା ପ୍ରଦକ୍ଷିଣ ଗୃହରେ ଶ୍ରୀ ଧଳ ଦାବିପତ୍ର ପ୍ରଦାନ କରିଛନ୍ତି। ବନ୍ଦାଳୋ-ଝୁଟୁଣା ରାସ୍ତା, ବିଶୋଳ-ଝୁଟୁଣା ରାସ୍ତା, ସରସଦା-କୁରିଗା-କଂଟି ରାସ୍ତା, ବଳିପୁର-ନମକଣା ରାସ୍ତା, ଜଳହରୀ-ଭାଟଣା ରାସ୍ତା, ଭଣ୍ଡାରୀପୋଖରୀ-ପାଟୁଳି ରାସ୍ତା, ଦାଣ୍ଡକୂଳ-ତିଖିଲିଆ ରାସ୍ତା, ତାଳପଦା-ମଣିବାଜ ରାସ୍ତା, ନିଳାଦ୍ରୀ-ବାଲିପୋଖରୀ ରାସ୍ତା, ରଣଜିତ-କୋରକୋରା ରାସ୍ତା, ନୂଆପୋଖରୀ, ମୋବାରକପୁର, ପିରିପୁର, ଭାଗଡା, ସୁରୁବଣ, ବଡକଂଟାପଡା, ମହୁରା, ରଘୁନାଥପୁର, ବରାହନୂଆପଡା ଆଦି ୨୨ ଟି ରାସ୍ତା ସହ ତିଖିଲିଆ ଓ ମୁଢାପଦା ଗେଙ୍ଗୁଟି ସେତୁ ଦ୍ୱୟର ପୁନଃନିର୍ମାଣ ପାଇଁ ଦାବି କରିଥିଲେ। ସଂପୃକ୍ତ ରାସ୍ତା ଓ ସେତୁର ନିର୍ମାଣ ଅଟକଳ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।