ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ସାର୍ବଜନିନ ସ୍ଥାନରେ ଦୈନିକ ବିଶୋଧନ ଲାଗି ଜିଲ୍ଲା ଓ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅସହାୟ ଲୋକ ଏବଂ ପ୍ରବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ ଏବଂ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ସୁରକ୍ଷା ଉପକରଣ, ଆର୍ଥିକ ସହାୟତା ଏବଂ ଅସହାୟଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ସହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି।