Odiapua.com

ଗ୍ରାମାଚଂଳ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ନୟାଗଡ଼, ୨ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ଯାତ୍ରା ପଡ଼ିଆରେ ୭ଦିନ ଧରି ଚାଲିଥିବା ଗ୍ରାମାଚଂଳ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ ହୋଇଯାଇଛି। ବିଭିନ୍ନ ଦିବସରେ ମାଳତୀପୁର, ଜେମାଦେଇପୁର, ଯୌତୁକପାଟଣା, ମାଳିସାହି, କଂଟାବଣିଆ, କଂଚନବିଲି, କ୍ରିଦାଶପୁର ଓ ଗୁଡ଼ୁପାଙ୍ଗି କ୍ରିକେଟ ଦଳ ଭାଗନେଇଥିଲାେବେଳେ ଫାଇନାଲ ମ୍ୟାଚର ଉଦ୍‌ଯାପନ ଦିବସରେ ମାଳତୀପୁର ଦଳ ଗୁଡ଼ୁପାଙ୍ଗି ଦଳକୁ ଭେଟିଥିଲେ। ଏଥିରେ ଗୁଡ଼ୁପାଙ୍ଗି ଦଳ ମାଳତୀପୁର ଦଳକୁ ପରାସ୍ତ କରି ୬ ୱକେଟରେ ବିଜୟ ଲାଭ କରିଥିଲେ। ମାଳତୀପୁର ଦଳ ପ୍ରଥମେ ବ୍ୟାଟିଂ କରି ୯୭ରନ୍‌ରେ ଅଲ୍ ଆଉଟ ହୋଇଯାଇଥିଲାବେଳେ ଗୁଡ଼ୁପାଙ୍ଗି ଦଳ ୧୨ ଓଭରରେ ୪ ୱିକେଟ ହରାଇ ଏକତରଫା ବିଜୟ ଲାଭ କରିଥିଲେ। ଭଲ ବ୍ୟାଟିଂ ପ୍ରଦର୍ଶନ ପାଇଁ ଗୁଡ଼ୁପାଙ୍ଗି ଦଳର ଶିଶିର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଟୁର୍ଣ୍ଣାମେଂଟକୁ ସୁଶାନ୍ତ କୁମାର ବେହେରା, ଲକ୍ଷ୍ମୀଧର ସ୍ୱାଇଁ, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲାବେଳେ ଗ୍ରାମ ସଭାପତି ସଂସାରୀ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ବ୍ରଜ କିଶୋର ନାୟକ, ବଳଭଦ୍ର ସାହୁ, ପ୍ରଶାନ୍ତ କୁମାର ବେହେରା, ସନାତନ ମୁଦୁଲି ପ୍ରମୁଖ ଖେଳରେ ସହଯୋଗ କରିଥିଲେ। ବେଷ୍ଟ ଭଲ୍ୟୁଂଟାରୀ ଭାବେ ଲକ୍ଷ୍ମୀଧର ଖଟେଇ ଓ ବେଷ୍ଟ ଅମ୍ପେୟାର ଭାବେ ରଂଜନ କୁମାର ସାହୁଙ୍କୁ ପୁରଷ୍କୃତ କରାଯାଇଥିଲା।