Odiapua.com

ଗ୍ରାମଦେବତୀ ମା’ ବୁଢୀ ବାସୁଳୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନ୍ ଏ ସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଅଧିନସ୍ଥ ଶାମପୁର ଗ୍ରାମରେ ମା” ବୁଢୀ ବାସୁଳୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳ ୮ଟା ସମୟରେ ଜୟନଗର ସ୍ଥିତ ଯ”ନଇ ଘାଟରୁ ପାଣି ଉଠାଇ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା ବଜାର ଓ ଗ୍ରାମ ପରିକ୍ରମା କରି ନୂତନ ମନ୍ଦିର ପର୍ଯ୍ୟନ୍ତ ପହଂଚି ଥିଲେ। ପ୍ରସିଦ୍ଧ ବ୍ରାହ୍ମଣ ଝିଟିକା ମିଶ୍ର,କମଳାକାନ୍ତ ମିଶ୍ର ଓ ଗ୍ରାମର ପୂଜକ ଭାବେ ଖଗେଶ୍ୱର ତ୍ରିପାଠୀ,ଭାବଗ୍ରାହୀ ତ୍ରିପାଠୀ,ରାଜକିଶୋର ତ୍ରିପାଠୀ,ବିଶ୍ୱଜିତ ତ୍ରିପାଠୀ ତାଙ୍କର ସହଯୋଗୀ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ମନ୍ତ୍ରପାଠ ଓ ହୋମଯଜ୍ଞ ପରେ ପୂର୍ଣ୍ଣାହୁତି ଦିଆଯାଇଥିଲା। କର୍ତା ଭାବେ ପ୍ରଦୀପ ଜେନା ଓ ତାଙ୍କ ପତ୍ନୀ ନିବେଦିତା ଜେନା ପ୍ରତିଷ୍ଠା କାର୍ଯ୍ୟ ତୁଲାଇଥିଲେ।ସନ୍ଧ୍ୟାରେ ମା”ବାସୁଳୀଙ୍କୁ ନୂତନ ମନ୍ଦିର ଭିତରକୁ ପ୍ରବେଶ ସହିତ ଅବସ୍ଥାପିତ କରାଯାଇଥିଲା। ଏଥିରେ ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର,ବିଜେପି ନେତା ବିରେନ୍ଦ୍ର ଜେନା,ନାରାୟଣ ମହାପାତ୍ର,ରମେଶ ମହାପାତ୍ର,ଦୁର୍ଗାପ୍ରସାଦ ମହାପାତ୍ରଙ୍କ ସମେତ ଗ୍ରାମର ବହୁ ମହିଳା ଓ ଭକ୍ତ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ହୋମଯଜ୍ଞ ଓ ପୂଜା ପାଠ ପରେ ଦର୍ଶନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସାମ୍ବାଦିକ ଦୀନକୃଷ୍ଣ ମହାପାତ୍ର,ଗ୍ରାମର ଯୁବକ ବିପିନ ମହାପାତ୍ର,ବ୍ୟେମକେଶ ମହାପାତ୍ର,ଓ ଅନ୍ୟ ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଭକ୍ତ ମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।