Odiapua.com

ଗୌରଗୋପୀନାଥ ଆଶ୍ରମର ଝୁଲଣଯାତ୍ରା ଅନୁଷ୍ଠିତ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ନିକଟସ୍ଥ ରାପିତା ଠାରେ ଶ୍ରୀ ଶ୍ରୀ ଗୌରଗୋପୀନାଥ ଆଶ୍ରମର ରାଧା ଗୋପୀନାଥଙ୍କର ଝୁଲଣଯାତ୍ରା ଓ ବଳଦେବଙ୍କ ଜନ୍ମଉତ୍ସବ ଆଜି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ୧୮ତାରିଖ ଠାରୁ ଆରମ୍ଭ ହୋଇ ଆଜି ଗହ୍ମା ପୁର୍ଣ୍ଣିମାରେ ଶେଷ ହୋଇଛି । ପ୍ରତ୍ୟେକ ଦିନ ଆଶ୍ରମ ପରିସରରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ମୁର୍ତ୍ତିଙ୍କୁ ରଖାଯାଇ ଝୁଲଣ କରାଯାଏ । ଏହି ଅବସରରେ ପ୍ରତ୍ୟେକଦିନ ସନ୍ଧ୍ୟାରେ ଭଜନ, କୀର୍ତ୍ତନ ଓ ଆଳତୀ ଆଦି କରାଯାଇଥାଏ । ଆଶ୍ରମର ଆଚାର୍ଯ୍ୟ ଅକିଞ୍ଚନ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଆଶ୍ରମର ସଦସ୍ୟ ଅଜୟ ରାଉତ, ଅଶୋକ ଦାସ, ଅକ୍ଷୟ ପରିଡ଼ା, ଚିନ୍ମୟ କବି, ପଙ୍କଜ ଦାସ, ଜିତୁ ବାରିକ, ନିଳାଦ୍ରି ମହାପାତ୍ର, ମନୋଜ ଜେନା, ବିଶ୍ୱମ୍ବର ଦାସ, ମାୟଧର ମଳିକ, ଚନ୍ଦ ଜେନା, ରାକେଶ ମଲ୍ଲିକ, ବିଶ୍ୱରଂଜନ ସାମଲ, ନିର୍ମଳ ସ୍ୱାଇଁ, ଭକ୍ତିସ୍ୱରୁପ ମହାପାତ୍ର, କାହ୍ନା ରାଉତ, କହ୍ନେଇ ରାଉତ, ନିହାର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତ୍ୟେକଦିନ ସନ୍ଧ୍ୟାରେ କରୋନା କଟକଣା ମଧ୍ୟରେ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଓ ପ୍ରବଚନ ଅନୁଷ୍ଠିତ ହୋଇଛି ।