Odiapua.com

ଗୌତମ ଗମ୍ଭୀରଙ୍କୁ ତୃତୀୟ ଥର ଧମକ ପୂର୍ଣ୍ଣ ଇ ମେଲ୍‌

ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ତୃତୀୟ ଥର ପାଇଁ ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା କରାଯିବ ବୋଲି ଆଇଏସ୍ କାଶ୍ମୀର ଧମକ ଦେଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଧମକପୂର୍ଣ୍ଣ ଇମେଲ୍ ତାଙ୍କୁ ୨୮ ନଭେମ୍ବର ରାତିରେ ପଠାଯାଇଛି। ଏଥର ଦିଲ୍ଲୀ ପୋଲିସ ବିଷୟରେ ମଧ୍ୟ ମେଲରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ ତାଙ୍କ ସୁରକ୍ଷା ସହ ଜଡିତ ପୋଲିସ ମଧ୍ୟ କିଛି କରିପାରିବ ନାହିଁ।

ରବିବାର ଦିନ ପାକିସ୍ତାନର କରାଚିରୁ ଗମ୍ଭୀରଙ୍କୁ ଏକ ଇ-ମେଲ ପଠାଯାଇଥିଲା ଏବଂ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି।

ଏହି ମେଲ୍ ଆଇଏସ୍ କାଶ୍ମୀରର ID ରୁ ଆସିଛି। ଏଥର ଏହା ମଧ୍ୟ ମେଲରେ ଲେଖାଯାଇଛି ଯେ ‘ଦିଲ୍ଲୀ ପୋଲିସ ଏବଂ ଆଇପିଏସ୍ ଶ୍ୱେତା ଚୌହାନ (ଡିସିପି (କେନ୍ଦ୍ରୀୟ ଜିଲ୍ଲା)) କିଛି କରିପାରିବେ ନାହିଁ।