Odiapua.com

ଗୋ ସେବକ ଲମ୍ବୁ ଭାଇଙ୍କୁ ମେଡିକାଲରେ ସାକ୍ଷାତ କଲେ ଭଦ୍ରକ ବିଧାୟକ ସୀତାଂଶୁ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୋସେବକ ଲମ୍ଭୁ ଭାଇଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ଭଦ୍ରକର ବିଧାୟକ ସୀତାଂଶୁ ସେଖର ମହାପାତ୍ର। ଏହି ଦୁଃଖଦ ଓ ସଙ୍କଟମୟ ସମୟରେ ସେ ଲମ୍ଭୁ ଭାଇଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ଆଲୋଚନା କରି ସାହସ ଓ ଆଶ୍ୱାସନ ଯୋଗାଇଥିଲେ। ଏଥି ସହିତ ହସ୍ପିଟାଲ କୠର୍ୃପକ୍ଷ ଓ ଡାକ୍ତର ଦଳଙ୍କ ସହ ବିସ୍ତୃତ ଆଲୋଚନା କରି ଲମ୍ଭୁ ଭାଇଙ୍କୁ ସର୍ବୋୠମ ଓ ଶୀଘ୍ରତମ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଥାଉକି ଦୁର୍ଭାଗ୍ୟବଶତଃ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ କଟାଯାଇଥିବା ସତ୍ୱେ ମଧ୍ୟ ଆଗାମୀ ଦିନରେ ଆହୁରି ତିନୋଟି ଜଟିଳ ଅସ୍ତ୍ରୋପଚାର କରାଯିବ।