Odiapua.com

ଗୋ ସେବକ ବିଷ୍ଣୁ ମହାରାଜ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

ପୁରୀ, ୨୪/୦୫ (ଓଡ଼ିଆ ପୁଅ) ଆଜାଦି କି ଅମୃତ ମହୋତ୍ସବ ଅବସରରେ ସଂକଳ୍ପରୁ ସିଦ୍ଧି ପ୍ରାପ୍ତ କରିଥିବା କିଛି ସଫଳ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା ଅବସରରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁରୀ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ପଣ୍ଡିତ ବିଷ୍ନୁଚରଣ ପଣ୍ଡାଜୀ ମହାରାଜଙ୍କୁ ସମ୍ମାନିତ କରିଥିଲେ।

ଓଡ଼ିଶା ରାଜଭବନ ପରିସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ଓଡିଶାର ଲୁପ୍ତ ପ୍ରତିଭାମାନଙ୍କୁ ଉତ୍ସାହ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ସମସ୍ତେ ଅନୁଭବ କରିଥିଲେ।