Odiapua.com

ଗୋ-ଖାଦ୍ୟ ବଂଟନକୁ ନେଇ ଉତେଜନା, ଅନିୟମିତତା ଅଭିଯୋଗ, ଧୁଷୁରି ଥାନାରେ ଏତଲା; ଭିଡିଓ ଭାଇରାଲ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ନଦୀଗାଁ ପାଟଣାସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ସରକାରୀ ଗୋ-ଖାଦ୍ୟ ବଂଟନକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିରେ ପଶୁପାଳକଙ୍କ ପାଇଁ ଆସିଥିବା ଗୋ-ଖାଦ୍ୟ ବଂଟନରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ, ସରକାରୀ କର୍ମଚାରୀଙ୍କ ଅନୁପସ୍ଥିତିରେ କିଛି ସ୍ଥାନୀୟ ବ୍ୟକ୍ତି ନିଜ ସମର୍ଥକଙ୍କ ସହ ଗୋ-ଖାଦ୍ୟ ବଂଟନ କରିଥିଲେ। ଏହାକୁ ବିରୋଧ କରି ଦର୍ଶନ ଦାସ, ସୁକଦେବ ବେହେରା, ରିଙ୍କୁ ଦାସ, ପାଗଳା ବେହେରା, ଆନନ୍ଦ ଓଝା, ପ୍ରଫୁଲ୍ଲ ସାହୁ, ସୁସାନ୍ତ ସାହୁ ଓ ବାବୁଲା ସାହୁଙ୍କ ସମେତ ଅନେକ ଗ୍ରାମବାସୀ ପ୍ରତିବାଦ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିବାଦ ବେଳେ ପ୍ରାୟ ୩୦ ରୁ ୪୦ ଜଣଙ୍କୁ ଧକ୍କା ମାରିବା ସହ ଆକ୍ରମଣ କରାଯାଇଥିଲା, ଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା।ଏହି ଘଟଣାକୁ ନେଇ ଉଭୟ ଙ୍କ ପକ୍ଷ ରୁ ଧୁଷୁରୀ ଥାନାରେ ଏତଲା ଦାଖଲ କରିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାରୁ ଏହାକୁ ନେଇ ଅଂଚଳରେ ବ୍ୟାପକ ଚର୍ଚ୍ଚା ଚାଲିଛି। ତେବେ ଧୁଷୁରୀ ପୋଲିସ ନଦୀଗାଁ ପଂଚାୟତ ର ପୂର୍ବତନ ସମିତି ସଭ୍ୟ ବାବୁଲାଲ ସାହୁ ଙ୍କୁ ପୋଲିସ ଉଠାଇ ନେଇଥିଲା। ଏ ନେଇ ଶ୍ରୀ ସାହୁ ପୋଲିସ କୁ ପଚାରିବାରୁ କାହିଁକି ଥାନା କୁ ଆଣିଛନ୍ତି ।ପୋଲିସ କହିଥିଲେ ଗୋଖାଦ୍ୟ ବଂଟନ କୁ ବିରୋଧ କରୁଥିବାର ତମ ନାମରେ ଅଭିଯୋଗ ହୋଇଥିଲା ବୋଲି ପୋଲିସ କହିଛି।ତେବେ ଅଧିକାଂଶ ସ୍ଥାନ ରେ ସରକାରୀ ଅଧିକାରି ଅନୁପସ୍ଥିତ ଥିବାବେଳେ କିଛି ବ୍ୟକ୍ତି ନିଜେ ଏପରି ସରକାରୀ ରିଲିଫ କୁ ବାଂଟୁଛନ୍ତି ଯାହା କି ପ୍ରକୃତ ଲୋକ ପାଇବାରୁ ବଂଚିତ ହେଉଛନ୍ତି ଏହାକୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଶ୍ରୀ ସାହୁ କହିଥିଲେ।