Odiapua.com

ଗୋହିରା ନିକଟରେ କାରକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ

ବଡ଼ବିଲ, ତା ୧୧ ମେ (ଓଡ଼ିଆ ପୁଅ/ ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଗୋହିରା ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହାତ ପରିବାର ଲୋକମାନେ ଦେବଗଡ ଅଞ୍ଚଳରୁ କୌଣସି କାମରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଉକ୍ତ କାର ଯୋଗେ ଗୋଟିଏ ପରିବାରର ବାପ, ମାଆ, ପୁଅ, ଝିଅ ଯାଉଥିବା ସମୟରେ ରିଲିଆନ୍ସ ପେଟ୍ରୋଲ ପମ୍ପରୁ ବାହାରୁଥିବା ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ରୂପେ ଓଲଟି ପଡିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ। ଘଟଣା ଦେଖି ନିକଟସ୍ଥ ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ। ଖବର ପାଇ ଘଷିପୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଘଟଣାର ଖବର ପାଇଁ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।