Odiapua.com

ଗୋସେବକଙ୍କ ଦ୍ୱାରା ଦୁଇଟି ଗୋରୁ ବୋଝେଇ ଟ୍ରକ୍ ଉଦ୍ଧାର, ୬୫ ଗୋରୁ ଉଦ୍ଧାର

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଧିନ ୧୬ ନମ୍ବର ରାଜ୍ୟ ରାଜପଥ ବିଷ୍ଣୁପୁର ଛକ ଠାରୁ ଶନିବାର ମଧ୍ୟରାତ୍ରରେ ଗୋସେବକମାନଙ୍କ ପକ୍ଷରୁ ଦୁଇଟି ୧୬ ଚକିଆ ଗୋରୁ ବୋଝେଇ ଟ୍ରକ୍ ଉଦ୍ଧାର କରାଯାଇଥିବା। ଏହି ୨ ଟି ଟ୍ରକରେ ୬୫ ଟି ଗୋରୁ ଗୋଡ଼ ବନ୍ଦା ଥିବା ଅବସ୍ତାରେ ଉଦ୍ଧାର କରାଯାଇଛି। ଟ୍ରକ ଛାଡ଼ି ଡ୍ରାଇଭର ଓ ଗୋମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାଯାଇଛି।ଘଟଣା ବିଷୟରେ ଖବର ପାଇ ଧାମନଗର ଥାନାଧିକାରୀ ରଞ୍ଜନ କୁମାର ସେଠୀ ନେତୃତ୍ୱରେ ପୋଲିସ ପହଂଚି ଗୋରୁମାନଙ୍କୁ ଉଦ୍ଧାର କରି ମଇତାପୁର ଗୋସ୍ୱାଳା ନେଇ ଛାଡିଥିଲେ। ଏହା ସହିତ ରବିବାର ସଖାଳୁ ଦୁଇଟି ଟ୍ରକ୍‌କୁ ଜବତ କରି ଧାମନଗର ଥାନାକୁ ଆଣି ଅଟକ ରଖିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏହି ସମ୍ପର୍କରେ ଧାମନଗର ପକ୍ଷରୁ ୪୦୯/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।