Odiapua.com

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈାଷଧି ଔଷଧ ନମିଳିବାରୁ ରୋଗୀ ହନ୍ତସନ୍ତ

ନୟାଗଡ/୩୦/୦୯(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଔଷଧ ବିତରଣ କେନ୍ଦ୍ର ଖୋଲିଛନ୍ତି। ଯେଉଁଠାରେ କି ଜନୈାଷଧି ଯୋଜନା ରେ ମାଗଣାରେ ଔଷଧ ମିଳିଥାଏ। ସବୁଆଡେ ମଧୁମେହ ଓ ରକ୍ତଚାପ ଜନିତ ରୋଗୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈାଷଧି ଯୋଜନା ରେ ମିଳୁଥିବା ଔଷଧ ଡୋଜ୍ ଅନୁସାରେ ମିଳୁନାହିଁ। ଗୋଟିଏ ଥିଲେ ଆଉ ଗୋଟିଏ ନାହିଁ। ଜନୈାଷଧି ଯୋଜନା ରେ ଯେଉଁ ଔଷଧ ନାହିଁ ସେ ଔଷଧ ବାହାର ଦୋକାନ ରୁ କିଣି ଦେବାପାଇଁ ଯୋଜନା ଥିଲେ ମଧ୍ୟ ଔଷଧ ନାହିଁ କହି ଫେରାଇ ଦିଆଯାଉଛି। ଯାହାଫଳରେ ରୋଗୀମାନେ ଅସନ୍ତୋଷ ହେଉଛନ୍ତି।

ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ବୈଦନାଥ ନନ୍ଦ ଙ୍କ ସୂଚନା ଅନୁଯାଇ ଆମ୍ଭ ଇଣ୍ଡେନ୍ ଅନୁଯାଇ ଜିଲ୍ଲାରୁ ଔଷଧ ଯୋଗାଯାଉନାହିଁ ଏବଂ ଔଷଧ ମଗାଇବା ପାଇଁ ଗାଡିର ଅଭାବ ରହିଛି। ତେଣୁ ସବୁ ସମୟରେ ସବୁ ଔଷଧ ଆସିପାରୁନାହିଁ। ଅପରପକ୍ଷେ ଯେଉଁ ଔଷଧ ଜନୈାଷଧି ବିତରଣ କେନ୍ଦ୍ରରେ ନାହିଁ ତାକୁ ବାହାରୁ କିଣିଆଣି ରୋଗକୁ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବ୍ୟବସ୍ଥା ରହିଛି। ପ୍ରତିମାସରେ ୧୮ ହଜାର ଟଙ୍କା ଗାଡି ବାବଦରେ ବ୍ୟୟ କରିବା ପାଇଁ ବରାଦ ରହିଛି ଯାହା କେବଳ ଡାକ୍ତର ମାନଙ୍କ ବୁଲିବା ପାଇଁ ନୁହେଁ। ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈାଷଧି ଔଷଧ ଅଭାବ ସର୍ମ୍ପକେ ତଦନ୍ତ କରାଯାଇ ତୁରନ୍ତ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା ଏକ ପ୍ରଶ୍ନରେ କହିଛନ୍ତି।