Odiapua.com

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ବାଇକ୍ ଚୋରି

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଆଗରପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଶୁକ୍ରବାର ବାଇକ୍ ଚୋରି ହୋଇଛି। ଅଭିଯୋଗରୁ ପ୍ରକାଶ ବିସଲପଟା ଗ୍ରାମର ଯୁବରାଜ ମହାନ୍ତି ହୋଣ୍ଡା ଇଉନିକନ୍ ବାଇକ୍ ରଖି ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ସେଠାରୁ ଫେରିବା ପରେ ବାଇକ୍‌ଟି ମିଳିନଥିଲା। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୈଣସି ଖବର ନମିଳିବାରୁ ଯୁବରାଜ ଥାନାରେ ଅଭିଯୋଗ କରିଥିଲେ। ଆଗରପଡ଼ା ପୋଲିସ ସି.ସି.ଟିଭି ଯାଂଚ ପୂର୍ବକ ତଦନ୍ତ ଚଳାଇଛି। ପ୍ରକାଶଯେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟହ ଶହ ଶହ ଲୋକ ଆସୁଥିବା ବେଳେ ସି.ସି.ଟିଭି ନଲାଗିବା ନେଇ ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।