Odiapua.com

ଗୋଷ୍ଟି ସଂଘର୍ଷ ଘଟି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୦୩-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଗୁର୍ଜିଭଟା ଗ୍ରାମରେ ଗୋଷ୍ଟି ସଂଘର୍ଷ ଘଟି ଜଣେ ଗୁରୁତର ଆହତ ହୋଇ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଅତିଗୁରୁତର ଥିବାରୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଗ୍ରାମର ମିନିକେତନ ଭୋଇ (୩୨) ନାମକ ଜଣେ ଯୁବକ ଉକ୍ତ ଗ୍ରାମର ଅନ୍ୟ ଏକ ଯୁବ ଗୋଷ୍ଟି ସହ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ମିନିକେତନ ଓ ତାଙ୍କ ଗୋଷ୍ଟିର ଅନ୍ୟ କେତେକ ଯୁବକ ଏହି ଗଣ୍ଡଗୋଳ କରିଥିଲେ। ଉକ୍ତ ରାଗ ରଖି ଗତ ରବିବାର ରାତି ପ୍ରାୟ ୧୦ ଟା ସମୟରେ ଗ୍ରାମ ଛକ ନିକଟରେ ମିନିକେତନ କୁ ଏକୁଟିଆ ପାଇ ମିଳିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ମିନିକେତନଙ୍କ ମୁଣ୍ଡରେ ଗୁରୁତର ଆଘାତ ଘଟି ରକ୍ତାକ୍ତ ଅବସ୍ଥାରେ ଛାଡି ଚାଲିଯାଇଥିଲେ। ପରେ ମିନିକେତନ ଗୁରୁତର ଅବସ୍ଥାରେ ପଡିରହିଥିବା ଖବର ପାଇ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ମ୍ୟାଡିକ।ଲ କଲେଜ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଏ ନେଇ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି। ଟିଟିଲାଗଡ଼ ପୋଲିସ ଏ ନେଇ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।