Odiapua.com

ଗୋଳା ପୋଖରୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ନିର୍ମାଣରେ ବିଳମ୍ବ

ନୟାଗଡ/୦୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-କେନ୍ଦ୍ର ସରକାର ଗ୍ରାମ ରାସ୍ତାକୁ ଉନ୍ନତିକରଣ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାର ମାନଙ୍କର ମଧୁ ଚନ୍ଦ୍ରିକା ଯୋଗୁଁ କାର୍ଯ୍ୟରେ ବିଳମ୍ବ ଦେଖାଇ ଦର ବଢିବା ଆଳରେ ଅଟକଳ ବଢାଇ ସରକାରୀ ଅର୍ଥ ତୋଷରୋପାତ କରିବାରେ ଲଗିଛନ୍ତି। ବିଳମ୍ବ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବ୍ରଜାଜପୁରଠାରୁ ଗୋଳା ପୋଖରୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଉନ୍ନତିକରଣରେ। ତା-୦୧.୦୮.୨୦୧୮ ମସିହାରେ ତତ୍‌କାଳୀନ ରଣପୁର ବିଧାୟକ, ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ପିନାକୀ ମଶ୍ର ତତ୍‌କାଳୀନ ନୟାଗଡ ଜିଲ୍ଲାପାଳ ରାସ୍ତା ଉନ୍ନତିକରଣର ଶୁଭ ଉଦ୍‌ଘାଟନ କରିଥିଲେ। ତା-୦୫.୦୬.୨୦୧୮ ରେ ରାସ୍ତା କାଯ୍ୟର୍ର ଶୁଭ ଉଦ୍‌ଘାଟନ କରିଥିଲେ। ତା ୦୪.୦୩.୨୦୧୯ରିଖରେ କାର୍ଯ୍ୟ ଶେଷ ହେବାର ଅବଧି ରହିଥିଲା। ଅଟକଳ ମୁଲ୍ୟ ଥିଲା ୮୦.୧୨ଲକ୍ଷ ଟଙ୍କା। ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରୁନାହାନ୍ତି। ଯାହା ଫଳରେ ଯାତାୟତ କରୁଥିବା ପଥାଚାରୀ ମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି। ଏ ସମ୍ପର୍କେ ରାସ୍ତା ଦାୟିତ୍ୱରେ ଥିବା ରଣପୁର ବିଭାଗୀୟ ଯନ୍ତ୍ରୀ ଅମ୍ବରୀଶ ଆଚାର୍ଯ୍ୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଠିାକଦାରଙ୍କୁ ନିର୍ଦ୍ଧେଶ ଦିଆଯାଇଛି। କିନ୍ତୁ ଏ ସମ୍ପର୍କେ ନୟାଗଡ ଜିଲ୍ଲା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ପୃଷ୍ଟିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି କାର୍ଯ୍ୟ କରୁଥିବା ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରାଯିବା ପାଇଁ ଲେଖାଯାଇଅଛି। ବିଭାଗୀୟ ରଣପୁର ଯନ୍ତ୍ରୀ ଓ ନୟାଗଡ କାର୍ଯ୍ୟନିବାହୀ ଯନ୍ତ୍ରୀଙ୍କ କଥାରେ ତାଳ ମେଳ ରହୁନଥିବାରୁ କାର୍ଯ୍ୟ ବିଳମ୍ବିତ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି।