Odiapua.com

ଗୋଳବାଇ ଛକରେ ଦୁର୍ଘଟଣା:ଜଣେ ମୃତ,୨ ଆହତ

ଭୁବନେଶ୍ୱର;୨୯,ଜୁଲାଇ:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ଗୋଳବାଇ ଛକ ନିକଟରେ ଶଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତ୍ୱର ଆହତ ହୋଇଛନ୍ତି।ଶନିବାର ରାତି ପ୍ରାୟ ୧୨ଟା ପରେ ଗୋଳବାଇ ଅଞ୍ଚଳର ୩ ଜଣ ଏକ ବାଇକରେ ଗ୍ରାମ ଅଭିମୁଖେ ଆସୁଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା।ଏଥିରେ ବାଇକରେ ଆସୁଥିବା ଗୋଳବାଇ ଗ୍ରାମ ଉପର ଗୁଣ୍ଠୁଣୀର ପଦ୍ମନାଭ ସାମନ୍ତରାୟଙ୍କ ପୁଅ ଦେବରାଜ ସାମନ୍ତରାୟ(୫୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଇତିପୁର ଅଞ୍ଚଳର ରମେଶ ଜେନା ଏବଂ ନିଳକଣ୍ଠପୁର ଅଞ୍ଚଳର ମିଟୁ ବେହେରା ଗୁରୁତ୍ୱର ଆହତ ହୋଇଛନ୍ତି।