Odiapua.com

ଗୋରୁ ଓ ଛେଳି ଚୋରଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋରୁ, ଛେଳି ଚୋରଙ୍କୁ ଧରିବା ପରେ ନିସ୍ତୁକ ମାଡ ମାରିବା ସହ ଗଛରେ ବାନ୍ଧିଲେ ଗ୍ରାମବାସୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ଦଇସିଂ ପଂଚାୟତରେ । ଆଜି ସକାଳେ ୪ ଜଣ ଚୋର ଚୋରିକରି ନେଇଯାଉଥିବା ସମୟରେ ସନ୍ଦେହ କରି ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ପଚରାଉଚୁରା କରିଥିଲେ । ଚୋର ବାଲି ଜାଣିବା ପରେ ଭଲଭାବେ ଉତ୍ତମ ମଧ୍ୟମ ଦେବା ପରେ ରାସ୍ତାକଡ ଗଛରେ ବାନ୍ଧି ପକାଇ ପୁଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ସେମାନେ ଅନେକ ଚୋରି ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି ।