Odiapua.com

ଗୋରୁଗାଡି ଜବତ, ୨ ଗିରଫ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କେନାଲ ପୋଲ ନିକଟରେ ଓଡି ୩୪ ଏଚ ୨୬୦୧ନଂ ଟାଟା ଏସି ପାଣିକୋଇଲି ଆଡୁ ଭଦ୍ରକ ଆଡକୁ ଯାଉଥିବା ବେଳେ ଆଜି ସକାଳେ ପୁଲିସ ଦ୍ୱାରା ଜବତ ହୋଇଥିଲା । ଏଥିରେ ଥିବା ପାଞ୍ଚଟି ଗୋରୁକୁ ଉଦ୍ଧାର କରାଯାଇ ମଇତାପୁର ଗୋଶାଳାକୁ ପଠାଯାଇଛି । ଚାଳକ କୁନି ଜେନା ଓ ହେଲପୁର ସୁବ୍ରତ ପାତ୍ରକୁ ଗିରଫ କରାଯାଇଛି ।